କଟକ,୧୩।୦୨।୨୦୨୪ (ଓଡ଼ିଶା ସମାଚାର) : ବାଲେଶ୍ଵର ଜିଲ୍ଲା ଗୋପାଳ ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ସଂଗ୍ରାମୀ ରବୀନ୍ଦ୍ର ମୋହନ ଦାସଙ୍କ ୧୧୨ ତମ ଜନ୍ମ ଜୟନ୍ତୀରେ କଟକ ସଦର ୪୨ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସଂଗ୍ରାମୀଙ୍କ କଳାକୃତିକୁ ସ୍ମରଣ କରି ବ୍ରାହ୍ମ ମୁହୂର୍ତ୍ତରେ କୋଟି କୋଟି ଭକ୍ତି ପୂତ ପ୍ରଣାମ ଜଣାଇବା ସହ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି ।