ନବରଙ୍ଗପୁର,୧୬/୦୭/୨୦୨୬(ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ବି. ଏଡ ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ଜାତୀୟ କ୍ୟାଡେଟ ବାହିନୀ (ଏନସିସି) ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭୀପ୍ସା ଗୋଛାୟତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ସୁରକ୍ଷା ଆଇନ, ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ନିବାରଣ ଆଇନର ବିଭିନ୍ନ ବ୍ୟବସ୍ଥା ଉପରେ ସମ୍ୱେଦନଶୀଳତା, ନାଲସା ସ୍ପୃହା ସ୍କିମ-୨୦୨୫ ଏବଂ ଯୌତୁକ ସଚେତନତା ଏବଂ ପ୍ରସାର ପ୍ରୟାସ ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ କର୍ଣ୍ଣେଲ ସୁନିଲ କୁମାର ଏମଏସ,୧୩(୦) ଏନସିସି ବାଟାଲିଆନ, ନବରଙ୍ଗପୁରର ମନୋରମା ମାଝୀ, ସାମାଜିକ କର୍ମୀ, ରାଜ କିଶୋର ନାଗ ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ସୁବେଦାର ମେଜର ମଲିକ,୧୩ (ଓ) ଏନସିସିି ବାଟାଲିଆନ, ନବରଙ୍ଗପୁର, ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲୟାର, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା ।
