ବନ୍ତଳା ଗ୍ରାମରେ ନନ୍ଦ ଉତ୍ସବ ପାଳିତ 

ଗରଦପୁର,୧୭/୦୮/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ତଳା ଗ୍ରାମରେ ୭୦ ବର୍ଷ ଧରି ଚଳିତ ବର୍ଷ ମଧ୍ୟ ଧୁମ୍ ଧାମ୍ ରେ ଗ୍ରାମବାସୀମାନେ ବହୁ ଆଡ଼ମ୍ବର ସହକାରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମୋତ୍ସବକୁ ନନ୍ଦ ଉତ୍ସବ ଭାବେ ପାଳନ କରିଛନ୍ତି ।

ଚଳିତ ବର୍ଷ ନନ୍ଦ ଉତ୍ସବ କମିଟି ର ସଭାପତି ସମରେନ୍ଦ୍ର ଦାସ, ସମ୍ପାଦକ ଶରତ ଚନ୍ଦ୍ର ରାଉତ ଙ୍କ ଉଦ୍ୟମରେ କଳାକାର ସୁରେନ୍ଦ୍ର ନାୟକଙ୍କ ନିର୍ଦ୍ଧେଶନାରେ ଗ୍ରାମ ଦେବତୀ ମା ଭୁ୍ରାଶୁଣୀଙ୍କ ପିଠରେ ମୁକ୍ତ ମଂଚ ଗୀତିନାଟ୍ୟ କୃଷ୍ଣ ଜନ୍ମ ଓ କଂସ ବଦ୍ଧ ସହିତ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରବି ବିଶ୍ୱାଳ, ସୁଶିଳ ବେହେରା, ସୁସିଲ ସ୍ୱାଇଁ, ଏଲିଜା ସ୍ୱାଇଁ, ବିକାଶ ବେହେରା, ପ୍ରିତିଶ ସ୍ୱାଇଁ, ବସନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *