ରାଜ୍ୟସଭା ପ୍ରାର୍ଥୀ ଘୋଷଣାକଲା ବିଜେଡ଼ି

ଭୁବନେଶ୍ୱର, ୧୨/୦୨/୨୦୨୪ (ଓଡ଼ିଶା ସମାଚାର)-  ବିଜେଡ଼ି ଆଜି ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି । ଖାଲି ହେବାକୁ ଥିବା ୩ ଟି ଆସନ ମଧ୍ୟରୁ ୨ ଟି ଆସନ ପାଇଁ

ଦେବାଶିଷ ସାମନ୍ତରାୟ

ବିଜେଡ଼ି ୨ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଶୁଭାଶିଷ ଖୁଣ୍ଟିଆ

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାମ ପରେ ଘୋଷଣା କରାଯିବ । ବାରବାଟୀ- କଟକର ପୂର୍ବତନ ବିଧାୟକ ହେଉଛନ୍ତି ଦେବାଶିଷ ।  ସେହପରି ବର୍ତ୍ତମାନ ବିଜେଡିର ଯୁବ ଉପସଭାପତି ଦାୟିତ୍ବରେ ଥିବା ତଥା ପୁରୀ ର ଯୁବ ସଂଗଠକ  ଶୁଭାଶିଷ ଖୁଣ୍ଟିଆ (ଲକି) ।  ତୃତୀୟ ପ୍ରାର୍ଥୀ ଙ୍କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

Leave a Reply

Your email address will not be published. Required fields are marked *