ବାଲେଶ୍ୱର ଅଭିମୁଖେ ଯାଉଥିବା ବସ୍ ଓଲଟି ପଡ଼ିଛି

୨୦ ଜଣ  ଆହତ , ୪ ଜଣ ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର

ଚଣ୍ଡିଖୋଲ ୩୦/୦୮/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ କଡ଼େଇ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।ଏଥିରେ ୨୦ ଜଣ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଯଶୋଦା ନାମକ(ଷଡ଼ଙ୍ଗୀ ବସ୍ ) ଏକ ବସ୍‌ ଭୁବନେଶ୍ୱରରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।କଡ଼େଇ ଛକ ନିକଟରେ ବସଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ​​​​​​​ ଦୁର୍ଘଟଣା ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ବଡ଼ଚଣା ପୋଲିସ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କ ଅବସ୍ଥା  ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ନେଇ ବଡ଼ଚଣା ପୋଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *