ଗଛରେ ପିଟି ହୋଇ କେନାଲକୁ ଖସିପଡ଼ିଲା ବୋଲେରୋ, ୩ ମହିଳା କଳାକାରଙ୍କର ମୃତ୍ୟୁ, ୪ ଗୁରୁତର ଆହତ

କେନ୍ଦ୍ରାପଡା, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ସଦର ଥାନା ଅନ୍ତର୍ଗତ ଓସ୍ତପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନାରାୟଣପୁରରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋ ଟି ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ୪ଜଣଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତକ ୩ଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆୟେବା ପଞ୍ଚାୟତ ନରଣପୁରରେ ଡ୍ରାମା ରିହାର୍ସଲ୍ ସାରବା ପରେ ମହିଳା କଳାକାରମାନଙ୍କୁ ଏକ ବୋଲେରୋ କେନ୍ଦ୍ରାପଡ଼ା ବସଷ୍ଟାଣ୍ଡକୁ ଚାଳକ ନେଇ ଛାଡ଼ିବାକୁ ଯାଉଥିଲେ। ହେଲେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋ ପିଟି ହୋଇ ଗଣ୍ଡାଖିଆ କେନାଲକୁ ଖସିପଡ଼ିଥିଲା। ଏହିଦୁର୍ଘଟଣାରେ ୩ ମହିଳା କଳାକାରଙ୍କର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ।

ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। କିନ୍ତୁ ସେମାନେ କଟକ ଜିଲ୍ଲା ନେମାଳ ଓ ଭଦ୍ରକ ଅଞ୍ଚଳର ପେଶାଦାର ମଞ୍ଚ କଳାକାର ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *