ଗାଁ ସାଥିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପିଇଓ

ଭବାନୀପାଟଣା,୨୭/୦୫/୨୦୨୪ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ବ୍ଲକ୍ କାଣିଗୁମା ପଂଚାୟତ ପିଇଓ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ। ସେହି ପଂଚାୟତ ର ଗାଁ ସାଥି ସୁରେନ୍ଦ୍ର ଗଉଡଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏକ ବିଲ କରିଦେବାକୁ ଆଜି ଭବାନିପାଟଣା ସହର ରାମସାଗର ପଡ଼ା ନିକଟରେ ଗ୍ରାମସାଥୀଙ୍କଠାରୁ ଟଙ୍କା ନେଲାବେଳେ ଭିଜିଲାନ୍ସ ଧରିଥିଲା। ପଞ୍ଚାୟତ ଅଫିସ ଓ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଗୃହରେ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିବା ସୂଚନା ମିଳିଛି। ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ କୁମାର ଦ୍ୱିବେଦୀ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଟିମ୍ ଚଢାଉ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *