ଯାଜପୁର ୧୩/୦୬/୨୦୨୫(ଓଡ଼ିଶା ସମାଚାର)- ଗୁରୁବାର ଜିଲା ଓ ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଧେଶକ୍ରମେ ଉତ୍କଳ ବାଳାଶ୍ରମ ପରିସରରେ ଆନ୍ତର୍ଜାତିକ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ ଅବସରରେ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଓ ଅତିଥି ଆଲୋଚକ ଭାବେ ଯଥାକ୍ରମେ ଅତିରିକ୍ତ ଜିଲା ଓ ଦୌରାଜଜ୍ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ, ରେଜିଷ୍ଟାର ସିଭିଲ କୋର୍ଟ ମାନସ ରଂଜନ ସାମନ୍ତରାୟ, ଅତିରିକ୍ତ ଶ୍ରମ ଅଧିକାରୀ ସୌମ୍ୟସୁନ୍ଦର ରାଉତରାୟ, ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଶିଶୁମଙ୍ଗଳକମିଟି ଅଧ୍ୟକ୍ଷା ରକ୍ସୋନା ଜେନା, ସଦସ୍ୟ ଜୟନ୍ତ ଗୋସ୍ୱାମୀ, ପ୍ରମୁଖ ଯୋଗ ଦେଇ ୨୦୦୨ ମସିହାରୁ ପାଳିତ ହୋଇଆସୁଥିବା ଏହି ଦିବସର ତାତ୍ପର୍ଯ୍ୟ ସହିତ ଶିଶୁଶ୍ରମିକର କାରଣ ପରିମାଣ ଓ ନିରାକରଣ ସମ୍ବନ୍ଧରେ ଆଲୋଚନା କରିଥିଲୋ
ଦରିଦ୍ର ପରିବାରରେ ଆର୍ଥିକ ଚାପ, ଶିକ୍ଷାର ଅଭାବ, ସାମାଜିକ ଦନ୍ଦ୍ୱ ଯାଜାବରୀ ଜୀବନର ବଦଭ୍ୟାସ, ପ୍ରାକୃତିକ ବ୍ୟପର୍ଯ୍ୟୟ ଓ ଶସ୍ତାରେ ଶ୍ରମ ସହଯୋଗ ପାଇବା ମୋହ ଶିଶୁଶ୍ରମିକ ବଢିବାର ମୁଖ୍ୟ କାରଣ ଏହାଫଳରେ ବାସ୍ତବ ଶୈଶବର ଅପମୃତୁ୍ୟ, କୁପୋଷଣ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ବିକଳାଙ୍ଗ ହେବା ସହ ଜୀବନହାନୀ ଘଟଛି, ଶିଶୁର ଭବିଷ୍ୟତ ଅନ୍ଧକାର ହୋଇଯାଉଛି । ଏଣୁ ପ୍ରଥମେ ଏନେଇ ବାପା ମା ଶିକ୍ଷକ/ଶିକ୍ଷୟତ୍ରୀ, ସର୍ବସାଧାରଣ ଏବଂ ଶିଶୁ ମାନଙ୍କ ମଙ୍ଗଳ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷ, ଅନୁଷ୍ଟାନ, ସରକାରରୀ ପଦାଧିକାରୀମାନେ ପ୍ରଥମେ ସଚେତନ ହୋଇ କାର୍ଯ୍ୟ କରନ୍ତୁ ବୋଲି ଆଲୋକପାତ କରାଯାଇଥିଲା ।
ବାଳାଶ୍ରମର ଅନ୍ତେବାସୀ ଛାତ୍ରମାନଙ୍କ ଦ୍ୱାରା ଶିଶୁ ଶ୍ରମ ଛାୟାରେ କ୍ଷୁଦ୍ର ନାଟିକା ପରିବେଷିତ ହୋଇଥିଲା । ଏଥିରେ ଭାଗନେଇ ଥିବା ଶିଶୁ କଳାକାର ମାନଙ୍କୁ ପ୍ରାଧିକରଣ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ପ୍ରାଧିକରଣର ଭାରପ୍ରାପ୍ତ ସଚୀବ ଶ୍ରମତୀ ଲୋପାମୁଦ୍ରା ବେହେରା ଏହି ସଭାକୁ ପରିଚାଳନା କରିଥିଲେ ଏବଂ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଟାନ ତତ୍ୱାବଧାରୀକା ପ୍ରଜ୍ଞାସେନୀ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ବାଳାଶ୍ରମର କର୍ମଚାରୀମାନେ ସହଯୋଗ କରଥିଲେ ।