କଟକ ସଦର,୩୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଆଜି ରବିବାର ଦିନ ଓଜେସି(ଓଡ଼ିଶା ଜନତା କଂଗ୍ରେସ) ର ଏକ ମିଶ୍ରଣ ପର୍ବ ଓ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। 
ଏହି ଅବସରରେ ଓଜେସି ଜିଲ୍ଲା ସଭାପତି ଅନିଲ୍ କୁମାର ବେଉରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍ ଯୋଗଦେଇ ସଦସ୍ୟତା ଅଭିଯାନ ର ଶୁଭାରମ୍ଭ କରିବା ସହିତ ଆଗାମୀ ଦିନରେ ଏହି ଦଳରେ ଜେଏନଜି ର ଯୁବକମାନେ ସାମିଲ ହୋଇ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। 
ଏଥିରେ ଅନ୍ୟମାନଙ୍କ ପାଇଁ ମଧ୍ୟରେ ରାଜ୍ୟ ଉପସଭାପତି ବିଶିଷ୍ଟ ସୁଚନା ଅଧିକାର କର୍ମୀ ଆଡଭୋକେଟ୍ ପ୍ରଦୀପ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ପରିଡ଼ା,ଜିନୁ ସ୍ୱାଇଁ, ସୂର୍ଯ୍ୟକାନ୍ତ ରାଉତ, ରାଜ୍ୟ ଯୁବ ସଭାପତି ଆର୍ଯ୍ୟଵୀର ଲେଙ୍କା ପ୍ରମୁଖ ଓଜେସି ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଶିକ୍ଷାବିତ୍ କାଙ୍ଗାଳି ଚରଣ ବେହେରାଙ୍କ ସମେତ ଶତାଧିକ ଜେଏନଜି ଯୁବକ ଦଳରେ ସାମିଲ ହୋଇଥିଲେ। ଶେଷରେ କଟକ ସଦର ସଭାପତି ଜୀବନ ଜେନା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନୃସିଂହ ଚରଣ ବେହେରା, ସୁନିଲ୍ ରାଉତ, ରାଜା ହାତୀ, ରାକେଶ ଜେନା, ପରେଶ୍ ଜେନା ପ୍ରମୁଖ ସହାୟତା କରିଥିଲେ। ଯୁବନେତା ରାଜେଶ୍ ହାତୀଙ୍କ ନେତୃତ୍ଵରେ କନ୍ଦରପୁର ବଜାରରୁ ଇଂ ମୋକିମ ଙ୍କୁ ଏକ ପଦ ଶୋଭାଯାତ୍ରାରେ ସଭା ସ୍ଥଳକୁ ନିଆଯାଇଥିଲା।
