କେନ୍ଦ୍ରାପଡ଼ା, ୩୦/୦୮/୨୦୨୬ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନେପାଳରେ ହୋଇଥିବା ଦୁର୍ବିପାକ ପାଇଁ ସମବେତ ପ୍ରାର୍ଥନା କରିବା ସହିତ ଶିବାର୍ଚ୍ଚନା, ଗୁରୁପୂଜା, ମହାମନ୍ତ୍ର ଓ ମହାମୃତୁ୍ୟଞ୍ଜୟ ମନ୍ତ୍ର ପାଠ କରିଛନ୍ତି । ଏଥିସହିତ ନେପାଳବାସୀଙ୍କ ଧନଜୀବନର ସୁରକ୍ଷା ନିମିତ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଗୁରୁଜୀ ଓ ଗୁରୁମାଙ୍କ ସହିତ ସମବେତ ପ୍ରାର୍ଥନାରେ ଯୋଗଦେଇ ନେପାଳବାସୀଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରିଥିଲେ । ଯେଉଁମାନଙ୍କର ବିୟୋଗ ହୋଇଛି ସେମାନଙ୍କ ଆତ୍ମାର ଶାନ୍ତିପାଇଁ ଏବଂ ଯେଉଁମାନେ ବିପଦରେ ଅଛନ୍ତି ଓ ଯେଉଁମାନେ ନିଜର ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ସତତ ଉଦ୍ୟମରତ ଅଛନ୍ତି ସେମାନଙ୍କ ପାଇଁ ଶ୍ରୀମା ଈଶ୍ୱରଙ୍କ ପାଖରେ ହୃଦୟଭରା ପ୍ରାର୍ଥନା କରି ସମସ୍ତ ଜଗତବାସୀ ଏଥିନିମନ୍ତେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।
ବନ୍ୟା ପ୍ରପିଡିତ ଅଂଚଳମାନଙ୍କ ପାଇଁ ମଧ୍ୟ ଶ୍ରୀମା ପ୍ରାର୍ଥନା କରିଛନ୍ତି । ବନ୍ୟାର ତାଣ୍ଡବବଲୀଳା ଯୋଗୁଁ ବହୁ ଲୋକ ଦୁଃଖରେ ବିପନ୍ନ ଅବସ୍ଥାରେ ରହୁଥିବାରୁ ସେହି ଲୋକମାନଙ୍କ ବିପତି ଦୂର ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀମା କହିଛନ୍ତି ।
