ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲା ଖାରଜ

ବିଜେପିର ମିଥ୍ୟା ଆରୋପ ବିରୁଦ୍ଧରେ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ
କେନ୍ଦ୍ରାପଡ଼ା, ୧୮/୧୨/୨୦୨୫(ଓଡ଼ିଶା ସମାଚାର)-ନ୍ୟାସନାଲ ହେରାଲ୍ଡ ଓ ମନିଲଣ୍ଡରିଂ ଭଳି ଅର୍ଥ ଆତ୍ମସାତ ଘଟଣାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପୃକ୍ତି ସମ୍ପର୍କରେ ବିଜେପି ପକ୍ଷରୁ ଆଗତ ହୋଇଥିବା ମୋକଦ୍ଧମାକୁ ନ୍ୟାୟାଳୟ ଖାରଜ କରିଦେବା ଫଳରେ ବିଜେପି, ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କର ମିଥ୍ୟା ଆରୋପ ଲଗାଇ କଂଗ୍ରେସ ଦଳର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଦୀଙ୍କ ବିରୁଦ୍ଧରେ ଅପ ପ୍ରଚାରର ପର୍ଦା ଫାସ ହୋଇଛି ।

କଂଗ୍ରେସ ଦଳ, ମହାତ୍ମାଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ପରିବାର ବିରୁଦ୍ଧରେ ବାରମ୍ବାର ମିଛ କଥା କହି ବଦନାମ କରିବା ବ୍ୟତିତ ବିଜେପି ସରକାର ପାଖରେ ଅନ୍ୟ କୌଣସି ଯୋଜନା ନାହିଁ । ସଂବିଧାନର ଉଲ୍ଲଂଘନ କରି ଗଣତନ୍ତ୍ରକୁ ହତ୍ୟା କରି ଜନ ବିରୋଧୀ କାର୍ଯ୍ୟ କରୁଥିବା ବିଜେପି ସରକାର ନିଜର ଦୋଷ ଗୁଣକୁ ଲୁଚାଇବା ପାଇଁ ମିଥ୍ୟାର ଆଶ୍ରୟ ନେଇ କଂଗ୍ରେସ ସରକାରଙ୍କ ଦ୍ୱାରା ନାମିତ ଯୋଜନାର ନାମ ପରିବର୍ତନ କରି ଜନମାନସକୁ ବିଭ୍ରାନ୍ତ କରିବା ପାଇଁ ଷଡଯନ୍ତ୍ର କରୁଛି । ଗୁରୁବାର ପୁରୁଣା ବସଷ୍ଟାଣ୍ଡରେ ଜିଲା କଂଗ୍ରେସ ସଭାପତି ଡା. ଦେବଶ୍ମୀତା ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ବକ୍ତାମାନେ ବିଜେପି ସରକାରର ଇସ୍ତଫା ଦାବି କରିଥିଲେ ।

ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡ. ସିପ୍ରା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଅଶୋକ କୁମାର ପ୍ରତିହାରୀ, ପ୍ରଫୁଲ୍ଲ ଦାସ, ରତିକାନ୍ତ କାନୁନଗୋ, ଆକବର ଅଲ୍ଲୀ, ବସନ୍ତ ସେଠୀ, ବିଭ୍ରାଂଶୁ ଲେଙ୍କା, ବାବୁରାମ ଜେନା, ବିଧୁଭୂଷଣ ମହାପାତ୍ର, ରବିନାରାୟଣ ବେହେରା, ମଙ୍ଗୁଳି ଚରଣ ବେହେରା, ନାରାୟଣ ରାଉତ, ଭାଗିରଥୀ ଜେନା, ଜୟଦେବ ପରିଡା, ମହେନ୍ଦ୍ର ପରିଡା, ବିଧାନ ଚନ୍ଦ୍ର ସାମଲ, କବିନ୍ଦ୍ର ସାମଲ, ରଞ୍ଜନ ଦାସ, ନିରଞ୍ଜନ ସାହୁ, ପ୍ରମିଳା ସାହୁ, ଅଶୋକ ମୋହନ ଜେନା, ନିରଞ୍ଜନ ରାଉତ, ହିମାଂଶୁ ନନ୍ଦ, ଉମେଶ ପାଢୀ ପ୍ରମୁଖ ଶତାଧିକ କଂଗ୍ରେସ ଦଳର ନେତା ଓ କର୍ମୀମାନେ ସାମିଲ ହୋଇ ବିଜେପିର ଏଭଳି ମିଥ୍ୟା ଆରୋପର ଦୃଢ ପ୍ରତିବାଦ କରିବା ସହ କୋର୍ଟଙ୍କ ନିର୍ଦେଶକୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *