କଟକ ସଦର, ୧୪ /୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ପୁରୁଣା କିଶନନଗର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଜେଡ଼ି ରୁ ବିଧାୟକ ଥିବା ଏଵଂ ପରବର୍ତ୍ତୀ ସମୟରେ ନିର୍ବାଚନ ମଣ୍ଡଳୀ ପୁନଃର୍ଗଠିତ ହେବା ପରେ ମାହାଙ୍ଗାରୁ ତିନିଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏଵେ କଟକ ସଦର ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ଚଳିତ ନିର୍ବାଚନରେ ସବୁ କଳ ବଳ ଲଗାଇ ପୁଅକୁ ଜିତାଇ ପାରିନଥିବାରୁ ମାହାଙ୍ଗା କୁ ପ୍ରତାପ ଆଉ ସୁରକ୍ଷିତ ମଣୁନାହାଁନ୍ତି। ସେଥିପାଇଁ ଆସନ୍ତା ୨୦୨୯ ରେ କଟକ ସଦର ଆସନରୁ ସଂରକ୍ଷଣ ଉଠିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ପ୍ରତାପ ଗୋଟି ଚାଳନା ଆରମ୍ଭ କରିଥିବା ଜଣାପଡିଛି। ମାହାଙ୍ଗାକୁ ଯିବା ପରେ ସଦରକୁ ଆଡ଼ ଆଖିରେ ଅନାଇ ନଥିବା ପ୍ରତାପ ଏଵେ ତାଙ୍କର ପୁରୁଣା ଗୋଷ୍ଠୀ ଙ୍କୁ ଗୋଟେଇଵା ଆରମ୍ଭ କରିଛନ୍ତି। ଅକାଳେ ସକାଳେ ଦେଖାନଥିବା ପ୍ରତାପ ଗତକାଲି ସନ୍ଧ୍ୟାରେ କିଶନନଗର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଉପସ୍ଥିତ ଥିବା କେତେକ ବିଜେଡ଼ି କର୍ମୀ ମାନଙ୍କ ସହିତ ଆଲୋଚନା କରି ଗୁରୁମନ୍ତ୍ର ଦେବା ସହିତ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ର ପ୍ରତିଶ୍ରୁତି ଦେଇ ଫେରିଯାଇଥିବା ଜଣାପଡିଛି। ତେବେ ଆଗକୁ ପ୍ରତାପଙ୍କ ଗୋଟି ଚାଳନା କେଉଁ ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।