୩୮୭୮ କୋଟିର ୧୭ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୧୪/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୧୧ଟି ଜିଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ । ଫଳରେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ । ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ । ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ । ଫଳରେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ । ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ । ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି । ଆବଶ୍ୟକତା ଅନୁସାରେ କଳକାରଖାନା ଓ ଶିଳ୍ପର ଅଭାବ ଦେଖାଯାଇଛି । ଓଡ଼ିଶାର ଯୁବପିଢ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ କଳକାରଖାନା ଗଢ଼ି ଉଠିଲେ ଯୁବପିଢ଼ିଙ୍କୁ ରୋଜଗାର ମିଳିପାରିବ ।
ବାହାର ରାଜ୍ୟକୁ ଯାଇ ସେଠାକାର ମାଲିକମାନଙ୍କ ଠାରୁ ଓଡ଼ିଆ ଯୁବକଯୁବତୀଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ୩୮୭୮.୮୬ କୋଟିର ପୁଞ୍ଜି ନିବେଶ କାର୍ଯ୍ୟରେ ପରିଣତ ହେଲେ ଯୁବପିଢ଼ି ଉପକୃତ ହେବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *