ଦୈନିକ ସଶକ୍ତ ବାର୍ତ୍ତା ଶୁଭ ଲୋକାର୍ପିତ

ଭୁବନେଶ୍ୱର,୨୯/୦୮/୨୦୨୬(ଓଡ଼ିଶା ସମାଚାର)-ଦୈନିକ ଓଡ଼ିଆ ମୁଦ୍ରିତ ଗଣମାଧ୍ୟମ “ସଶକ୍ତ ବାର୍ତ୍ତା “ର ଶୁଭ ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ନୟାପଲ୍ଲୀ ସ୍ଥିତ ସଶକ୍ତ ଓଡିଶା କାର୍ଯ୍ୟାଳୟ ଠାରେ ସଶକ୍ତ ବାର୍ତ୍ତାର ସମ୍ପାଦକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଲୋଚନା ଓ ବଡ ଖବର ସମ୍ପାଦକ ଅର୍ଧେନ୍ଦୁ ଦାସ, ମୁଖ୍ୟବକ୍ତା ଭାବେ ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ମୁଦୁଲି,ସମ୍ମାନିତ ଅତିଥି ଭାବେ ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ, ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ଅଧିବକ୍ତା ତଥା ସଂଗଠନ ଉପ ଦେଷ୍ଠା କଲ୍ୟାଣ କୁମାର ଚାଟାର୍ଜୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ, ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ, ଆରତୀ ମିଶ୍ର, ଭାଷାପ୍ରାଣ ରମେଶ କୁମାର ପାତାଳ ସିଂ, ସାମ୍ବାଦିକା ରୀନା ମହାନ୍ତି, ସମାଜସେବୀ କୁଳମଣି ରାଉତ, ପ୍ରଫେସର କିଶୋର ଦେବୀଦତ୍ତ ପ୍ରତାପ ସିଂ ଉପସ୍ଥିତ ରହିବା ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟଅତିଥି ଶ୍ରୀଯୁକ୍ତ ଦାସ ଗଣମାଧ୍ୟମ ପଥ କଣ୍ଟକିତ ହେଲେ ମଧ୍ୟ ଯଦି ସାମ୍ବାଦିକ ଟିଏ ଦୃଢ ଭାବେ ସତ୍ୟ, ନ୍ୟାୟ ସହିତ ସଠିକ ଖବର ପରିବେଷଣ କରେ ଓ ତାହା ସାଧାରଣ ବ୍ୟକ୍ତିଙ୍କ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରେ ତେବେ ସମାଜ ପାଇଁ ତାହା ଉତ୍ତମ ମାର୍ଗ ପ୍ରଶସ୍ତ କରେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ମୁଦୁଲି ସାମ୍ବାଦିକତା ବର୍ତମାନ ସମୟରେ କଷ୍ଟକର ହେଲେ ବି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସମାଜର ହିତ ପାଇଁ ସାମ୍ବାଦିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।ସଶକ୍ତ ବାର୍ତ୍ତା ସାଧାରଣ, ଅସହାୟ, ଅବହେଳିତ ବ୍ୟକ୍ତିଙ୍କ ସ୍ୱର ହେଉ ବୋଲି ଅନ୍ୟ ଅତିଥି ସମୂହ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଦ୍ୟୋଗୀ ବାଉରୀ ବନ୍ଧୁ ଘୋଷଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ  ଅଇଁଠୁ ସାହୁ,ବିବରଚ୍ଛ ମିର୍ଧା, ହରି ଓ଼ମ ବାବା ପରିଚାଳନା କରିଥିବା ବେଳେ ଅନିତା ମଞ୍ଜରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *