ଅଳିଆ ଗଦାରେ ଦେଶର ସ୍ୱାଭିମାନ!

ଭୁବନ, ୨୯/୦୮/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଗନ୍ନାଥ ବଜାର ନିକଟରେ ରାସ୍ତା କଡ଼ରେ ଥିବା ଅଳିଆ ଗଦାରେ ଅସମ୍ମାନିତ ଅବସ୍ଥାରେ ବିଡ଼ା ବିଡ଼ା ଜାତୀୟ ପତାକା ତିରଙ୍ଗା ପଡ଼ିଥିବା ଦେଖିବାକୁ ମିଳିଛି।

ଜାତୀୟ ପତାକାର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ କଠୋର ନିୟମ ଥିବା ସତ୍ତ୍ୱେ ଏଭଳି ସମ୍ବେଦନଶୀଳ ଓ ଅଶୋଭନୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆକ୍ରୋଶ ଓ ଉଦବେଗ ସୃଷ୍ଟି କରିଛି। ଦେଶ ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ କେନ୍ଦ୍ର ସରକାର ମାତ୍ରାଧିକ ଦେଶପ୍ରେମ ଦେଖାଇ ସରକାରୀ ପାଣ୍ଠିରେ ତ୍ରିରଙ୍ଗା ଯାତ୍ରା ନାଁ ରେ ଦଳୀୟ ଶୋଭାଯାତ୍ରା ଆୟୋଜନ କରିଥିଲେ।

ଅଳିଆ ଗଦାରେ ଦେଶର ସ୍ୱାଭିମାନ ତ୍ରିରଙ୍ଗା ପତାକା ପଡ଼ିବା ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ନାଗରିକ ମାନଙ୍କ ମନରେ ଦାରୁଣ ଦୁଃଖ ଦେଇଛି । ଏଥିପାଇଁ ଦାୟୀ ଅଧିକାରୀଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତ୍ରିରଙ୍ଗା ଯାତ୍ରା ବନ୍ଦ କରିବା ପାଇଁ ଦାବି ହୋଇଛି ।ରାସ୍ତାରେ ତ୍ରିରଙ୍ଗା ପତାକା ପଡ଼ିବା ସମ୍ପର୍କରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ମତାମତ ପାଇଁ ତାଙ୍କ ମୋବାଇଲ କୁ ଫୋନ କରିଥିଲେ ମଧ୍ୟ ସେ ରିସିଭ୍ କରିନଥିଲେ।

Leave a Reply

Your email address will not be published. Required fields are marked *