କାଳୀ ପୂଜା ଭସାଣୀ ଯାତ୍ରା

ଭୁବନ ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନ ରେ ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା କାଳୀ ପୂଜାର ଗୁରୁବାର ଅପରାହ୍ନ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବା କାଳୀ ବଜାର ବଣିକ ସଂଘ ତରଫରୁ ମ୍ୟୁଜିକ୍ ଅର୍କେଷ୍ଟ୍ରା, ଡି ଜେ ସାଉଣ୍ଡ,ଲୋକ ନୃତ୍ୟ,ଅଘୋରି ନୃତ୍ୟ ସାଙ୍ଗକୁ ଭୂତ ନୃତ୍ୟ ଆୟୋଜନ କରି ଭସାଣୀ ଯାତ୍ରା କୁ ବେଶ୍ ଆକର୍ଷଣୀୟ କରାଯାଇଛି ।

ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ଵରେ ସମସ୍ତ ବ୍ୟବସାୟୀ ସାମିଲ ହୋଇଛନ୍ତି । ସିନେମା ହଲ ଛକ କାଳୀ ପୂଜା ଭସାଣୀ ଯାତ୍ରା କୁ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କମିଟି ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ନେତୃତ୍ଵରେ ସମସ୍ତ କର୍ମକର୍ତ୍ତା ଓ ସାହି ବାସିନ୍ଦା ଭସାଣୀ ଯାତ୍ରାରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *