ଉଇସଡମ ପବ୍ଲିକ ସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳନ 

କଟକ ସଦର  ୩୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ‘ରୋଜାଲିନ ଏଜୁକେସ୍ନାଲ ଟ୍ରଷ୍ଟ’ ଦ୍ୱାରା ପରିଚାଳିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ରେ ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପରିଚାଳନାରେ ଧ୍ୟାନଚାନ୍ଦ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ମହୋତ୍ସବ ପାଳନ କରାଯାଇଛି।

ଏହି ଅବସରରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ସ୍କୁଲ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଡ଼ଃ ଚୌଧୁରୀ କହିଛନ୍ତି।

Leave a Reply

Your email address will not be published. Required fields are marked *