କଟକ ମହାନଗର ନିଗମରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଓଡ଼ିଶା ଜନତା କଂଗ୍ରେସ ର ବିକ୍ଷୋଭ 

କଟକ ସଦର,୨୯/୦୮/୨୦୨୬(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ମହାନଗର ନିଗମ (କେଏମସି) ହୋଇଥିବା ୫ କୋଟି ଟଙ୍କାର ମହାଦୁର୍ନୀତି ବିରୁଦ୍ଧରେ ଆଜି ଶନିବାର ଦିନ ଓଡିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଥିରେ ସମ୍ପୃକ୍ତ ଥିବା କେଏମସିର ଅଧିକ୍ଷଣ ଯନ୍ତ୍ରୀ ଅତନୁ ସାମନ୍ତଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ଓଜେସି ନେତ୍ରୀ ଗିରିବାଳା ବେହେରା ଙ୍କ ନେତୃତ୍ଵରେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ ଅତନୁ ସାମନ୍ତଙ୍କ ଫଟୋରେ ସ୍କାମ୍ ଲେଖାଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *