କଟକ ସଦର ବ୍ଲକ ସରପଂଚ ସଂଘ ସଭାପତି ଙ୍କ ବିଜେପି ରେ ଯୋଗଦାନ

କଟକ ସଦର,୨୧/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନ ର ୯ ମାସ ପରେ ବିଜେଡ଼ି ସମର୍ଥିତ ଧରିଣା ସରପଂଚ ତଥା କଟକ ସଦର ବ୍ଲକ ସରପଂଚ ସଂଘ ସଭାପତି ରତ୍ନାକର ରାଉତ(ଧୁନା) ଆଜି (ଶୁକ୍ରବାର ଦିନ) କେତେକ ହାତ ଗଣତି ସମର୍ଥକଙ୍କୁ ନେଇ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରି ବିଜେପି ରେ ସାମିଲ ‌ହୋଇଥିଵା ଜଣାପଡିଛି।

ଏଥିରେ ପଞ୍ଚାୟତ ରୁ କେବଳ ପାରାଵିଲ୍ ଵାଦୁଡାର ରମେଶ ଚନ୍ଦ୍ର ଶତପଥୀ, ବିଶ୍ୱଜିତ୍ ଶତପଥୀ ଓ ଅନ୍ୟମାନଙ୍କ ସହିତ ଧରିଣାର କାଳିଆ ପଣ୍ଡା ପ୍ରମୁଖ ସାମିଲ ହୋଇଥିବା ଜଣାଯାଇଛି। ହେଲେ ଯେଉଁମାନେ ମାଳିକା ପ୍ରସିଦ୍ଧ ରତ୍ନଯୋରୀକୁ ପୋତି ନିଜର ବ୍ୟକ୍ତିଗତ ସ୍ୱ।ର୍ଥ ସାଧନ ପାଇଁ ବିଧାୟକଙ୍କର ଶରଣାପନ୍ନ ହୋଇଛନ୍ତି ସେମାନଙ୍କର ସ୍ୱପ୍ନ ଦିଵା ସ୍ୱପ୍ନ ପରି ସ୍ବପ୍ନରେ ରହିଯିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଥିପାଇଁ ଧରିଣା ପଞ୍ଚାୟତ ବିଜେପି ପକ୍ଷରୁ ଆଗାମୀ ଦିନରେ ଏମାନଙ୍କୁ କଡା ବିରୋଧ କରାଯିଵ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *