କ୍ୟାମ୍ପ କୁ ଆସିବା ପୂର୍ବରୁ UDID ପୋର୍ଟାଲ ରେ ନାମ ପଞ୍ଜୀକୃତ କରିବା ଜରୁରୀ
ଜଗତସିଂହପୁର,୨୯/୦୮/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ ୨୯.୭.୨୬ ରିଖ ଦିନ ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ଅନୁଯାୟୀ ଜଗତସିଂହପୁରର ୮ ଟି ବ୍ଲକ୍ ଓ ୨ ମ୍ୟୁନିସିପାଲଟିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ କରାଯିବ।
ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ବ୍ଲକ୍ ନିମନ୍ତେ ତା ୦୧.୦୯.୨୬ ରିଖ ରେ ମଣି ଚରଣ ସାରଳା ଏକାଡେମୀ,ତିର୍ତ୍ତୋଲ, ବିରିଡ଼ି ବ୍ଲକ୍ ନିମନ୍ତେ ତା ୦୩.୦୯.୨୬ ରିଖରେ ବ୍ଲକ୍ କ୍ୟାମ୍ପସ,ବିରିଡ଼ି, ବାଲିକୁଦା ବ୍ଲକ୍ ନିମନ୍ତେ ତା ୦୭.୦୯.୨୬ ରିଖରେ ଆମ୍ବାସାଳ ହାଇ ସ୍କୁଲ, ଜଗତସିଂହପୁର ବ୍ଲକ୍ ଓ ମ୍ୟୁନିସିପାଲଟି ନିମନ୍ତେ ତା ୦୯.୦୯.୨୬ ରିଖରେ ଏସ୍ କେ ଏକାଡେମୀ,ଜଗତସିଂହପୁର, ନାଉଗାଁ ବ୍ଲକ୍ ନିମନ୍ତେ ତା ୧୧.୦୯.୨୬ ରିଖରେ ନାଉଗାଁ ହାଟ ହାଇସ୍କୁଲ୍, ଏରସମା ବ୍ଲକ୍ ନିମନ୍ତେ ତା ୧୮.୦୯.୨୬ ରିଖରେ ବ୍ଲକ୍ କ୍ୟାମ୍ପସ, ଏରସମା, ରଘୁନାଥପୁର ବ୍ଲକ ନିମନ୍ତେ ତା ୧୯.୦୯.୨୬ ରିଖରେ ପି. ସି ବିଦ୍ୟା ମନ୍ଦିର, କୁଜଙ୍ଗ ବ୍ଲକ୍ ଏବଂ ପାରାଦୀପ ମ୍ୟୁନିସିପାଲଟି ନିମନ୍ତେ ତା ୨୩.୦୯.୨୬ ରିଖରେ ବନବିହାରୀ ହାଇ ସ୍କୁଲ୍,କୁଜଙ୍ଗ ଠାରେ ଆୟୋଜିତ କରାଯିବ।
ସେଥିପାଇଁ ଏହି ଅଭିଯାନରେ ସାମିଲ ହୋଇ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ପୁନଃ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀ କ୍ୟାମ୍ପ କୁ ଆସିବା ପୂର୍ବରୁ UDID ପୋର୍ଟାଲ ରେ ନାମ ପଞ୍ଜୀକୃତ କରିବା ଜରୁରୀ ଅଟେ ବୋଲି ଜଣାଇ ଦିଆଯାଇଛି ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
