କଟକ ସଦରରେ ପ୍ରତାପ ଜେନାଙ୍କ ସମୀକରଣ ଆରମ୍ଭ !

କଟକ ସଦର,୨୯/୦୮/୨୦୨୬(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଦିଲ୍ଲିପ ରାୟଙ୍କ ଏକାନ୍ତ ଅନୁଗତ ଥିବା କିଶୋରନଗର(ପୁରୁଣା) ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତାଦଳ ରାଜ୍ୟ ଉପସଭାପତି ପ୍ରତାପ ଜେନା ଏବେ କଟକ ସଦର ମୁହାଁ ହେଉଥିବା ଦେଖାଯାଉଛି।

ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ପ୍ରତାପ ମାହାଙ୍ଗାରେ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନଦେଇ ପୁଅ ଅଙ୍କିତ୍ ପ୍ରତାପ ଜେନା ଙ୍କୁ ଟିକେଟ ଦେଇଥିଲା। ହେଲେ ପୁଅଙ୍କ ପାଇଁ ମାହାଙ୍ଗା ମହଙ୍ଗା ପଡିଲା। ଏହି ପରିପ୍ରେକ୍ଷୀରେ ଆଗକୁ ସଦର ଆସନ ସାଧାରଣ ବର୍ଗ ହେବ ବୋଲି ଆଶଙ୍କା କରି ପ୍ରତାପ ଏବେ ସଦର ନେତା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଙ୍କୁ ଉପେକ୍ଷା କରି ସଦରରେ ଅବାଧ ପ୍ରବେଶ କରୁଥିବା ଦେଖା ଯାଉଛି।

ତାଙ୍କ ସହିତ ବାଲ୍ୟବନ୍ଧୁ କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଉଥିବାବେଳେ ଏବେ କିନ୍ତୁ ବିଜେପି ନେତା ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା ସାମିଲ ହୋଇଛନ୍ତି। ଏହାଦ୍ବାରା ଆଗମୀ ଦିନରେ କଟକ ସଦରରେ ଏକ ନୂତନ ସମୀକରଣ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *