ନିଶ୍ଚିନ୍ତ କୋଇଲି. ୨୮/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ଅନନ୍ୟ ଅସ୍ମିତା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତିରେ ପ୍ରକୃତି ର ଅସାଧାରଣ ବର୍ଣ୍ଣନା, ସାମାଜିକ ଆଦର୍ଶବୋଧ ର ଚିତ୍ରଣ ଓ ମାନବତାର ଦର୍ଶନ ଏକାନ୍ତ ପ୍ରଣିଧାନ ଯୋଗ୍ୟ ବୋଲି ଵିଶିଷ୍ଟ ସାରସ୍ୱତ ସାଧକ ମାନେ ମତ ପ୍ରକାଶ କରିଛନ୍ତି।
କାମେଶ୍ଵର ସାହିତ୍ୟ ସଂସଦ ଆନୁକୁଲ୍ୟରେ ନିଶ୍ଚିନ୍ତ କୋଇଲି ଗୋପପୁର ଗାନ୍ଧି ସ୍ମୁତି ପୀଠ ପଣସ ପଡ଼ିଆ ନିକଟସ୍ଥ ପଣ୍ଡା ଭବନ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ସଭାପତି ପ୍ରଶାନ୍ତ କୁମାର ପଣ୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ସଂସଦ ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ନାରାୟଣ ଦାସ, ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ୱାଦିକ ସଂଘ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶି ଭୂଷଣ ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ଵିଶିଷ୍ଟ କବି ପ୍ରଫୁଲ୍ଲ କୁମାର ସିଂହ, ବରେଣ୍ୟ ଅତିଥି ଭାବେ ସଙ୍ଗୀତ ଗୁରୁ ଯଶୋବନ୍ତ ଜେନା,ନିର୍ବାଣ ପ୍ରତିନିଧି କବି ବିଜୟ କୁମାର କୁଅଁର, ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ରାଉତ, ଶିକ୍ଷାବିତ୍ ତଥା ପ୍ରକୃତି ବନ୍ଧୁ ବଳରାମ ପାତ୍ର, ସୁନାମ ଧନ୍ୟ ଚିକିତ୍ସକ ଡାକ୍ତର ଅଶ୍ୱିନୀ କୁମାର ଲେଙ୍କା, ଯୁବ ସ୍ୱେଚ୍ଛାସେବୀ ପ୍ରକୃତି ବନ୍ଧୁ ବିକ୍ରମ କେଶରୀ ନାଥ,ସମାଜସେବୀ ଦେବବ୍ରତ ପଣ୍ଡା, ପ୍ରଭାତ କୁମାର ପତି ପ୍ରମୁଖ ଯୋଗଦାନ କରି ସ୍ୱଭାବ କବି ଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଆଲୋଚନା କରିଥଲେ।କାର୍ଯ୍ୟକ୍ରମ ପରିଚାଳନାରେ ନିବେଦିତା ଶତପଥୀ, ପଞ୍ଚାନନ ପଣ୍ଡା, ରତ୍ନାକର ବେହେରା, ମିନତୀ ରାଉତ, ରିଙ୍କୁବାଳା ବେହେରା, ମିନତୀ ମଳିକ, ଶଶୀ ବେହେରା, ସୌମ୍ୟଶ୍ରୀ ତ୍ରିପାଠୀ, ହରପ୍ରିୟା ପଣ୍ଡା, ଉର୍ମିଳା ପଣ୍ଡା, ହରିହର ପଣ୍ଡା କୃତିରାଣୀ ମାହାଳି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗ୍ରନ୍ଥଗାରିକା ସ୍ମୁତିରେଖା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ରେ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବି, ମହିଳା ମାନେ ଉପସ୍ଥିତ ଥିଲେ।
