ଭୁବନେଶ୍ୱର,୨୮/୦୮/୨୦୨୬ (ଓଡ଼ିଶା ସମାଚାର)- ଆଜି ଶ୍ରାବଣ ପୁର୍ଣିମା ଦିନାଙ୍କ ୨୮/୦୮/୨୦୨୬ ପୂର୍ବାହ୍ନ ୮ଟା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରଫେସର ସୁରେନ୍ଦ୍ର ନାଥ ମହାନ୍ତି ଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜ ଙ୍କ ପରିଚାଳନାରେ ସ୍ଥାନୀୟ କଳିଙ୍ଗ ଡାକ୍ତରଖାନା ଛକରେ ଥିବା ଉତ୍କ ବିଶିଷ୍ଟ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ସୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତାମାନେ କବି ଙ୍କ କାଳଜୟୀ ସାରସ୍ୱତ ସୃଷ୍ଟିର ଭୁୟସୀ ପ୍ରଂଶସା କରିବା ବେଳେ ତାଙ୍କୁ ଓଡିଶା ର କାଳିଦାସ ଭାବରେ ଅଭିହିତ କରି ତପସ୍ୱିନୀ କାବ୍ୟର ପ୍ରକୃତି ବର୍ଣ୍ଣନା ପାଇଁ ସେ ଆମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ପରାଧୀନ ଭାରତ ବର୍ଷ ଓଡ଼ିଆ ଭାଷାର ବିପତି କାଳରେ ବିଶେଷ କରି ସମ୍ବଲପୁର ଅଂଚଳରେ କୋର୍ଟ କଚେରୀ ରୁ ଓଡ଼ିଆ ଭାଷା ଉଛେଦ କରି ହିନ୍ଦୀ ଭାଷା ପ୍ରଚଳନ କୁ ବିରୋଧ କରି ମାତୃଭାଷା ଓଡ଼ିଆ ସପକ୍ଷରେ ସେ ଯେଉଁ ପଂକ୍ତି ମାନ ଲେଖି ଯାଇଛନ୍ତି ତାହା ତାଙ୍କ ବ୍ୟକ୍ତିତ୍ୱର ଔଜ୍ୱଲ୍ୟକୁ ଅଧିକ ପରିପୁଷ୍ଟ କରିଛି ।
ସେହିପରି ରଂଗଜୀବି ଗଙ୍ଗାଧର କର୍ମ କୁଶଳତା ର ଅନନ୍ୟ ବ୍ୟକ୍ତିତ୍ୱ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ନିଜକୁ ସ୍ୱାଭିମାନୀ ଭୂମିକାରେ ବାରମ୍ବାର ଅବତୀର୍ଣ କରିବା ସହ ସରଳତାରେ ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ମଧ୍ୟ ଉପସ୍ଥାପନା କରି ପାରିଛନ୍ତି । ସୁତାରଣ ଏହି ଯୋଗଜନ୍ମା ଅସ୍ମିତା ପୁରୁଷଙ୍କୁ ଆମର ପରବର୍ତୀ ପିଢିମାନଙ୍କ ନିକଟରେ ସ୍ମରଣୀୟ କରି ରଖିବା ଆମ ସମସ୍ତଙ୍କ ପରମଧ୍ୟେୟ ହେବ ଉଚିତ ବୋଲି ଆଜିର କାର୍ଯ୍ୟକ୍ରମରେ ସର୍ବସମ୍ମତି ମତ ପ୍ରକାଶ ପାଇଥିଲା ।
ଆଜିର କାର୍ଯ୍ୟକ୍ରମ ଦ୍ୱୟରେ ଉପସଭାପତି ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକ ଅଧିବକ୍ତା ଲକ୍ଷ୍ମୀଧର ଦାଶ , ପ୍ରଫେସର ଡା. କାଶୀନାଥ ରଥ , ସମ୍ପାଦକ ଇଂ ବିରଂଚି ନାରାୟଣ ଦାସ , କୋଷାଧକ୍ଷ ତ୍ରିନାଥ ସାମନ୍ତରାୟ , କାର୍ଯ୍ୟନିର୍ବାହୀ ସଦସ୍ୟ ଦିନବନ୍ଧୁ ଷଡ଼ଙ୍ଗୀ , ଇଂ ଜିତେନ୍ଦ୍ର କୁମାର ପାଢ଼ୀ ଯୁଗଳ କିଶୋର ନାୟକ , ସଦସ୍ୟ ଦେବୀ ମିଶ୍ର ,ବଂଶୀଧର ବେହେରା, ଦିବାକର ହୋତା ବୈରାଗୀ ସେଠୀ, ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବହୁ ସମ୍ମିଳନୀ ଏବଂ ଗଙ୍ଗାଧର ପ୍ରେମୀ ମଧ୍ୟ ଯୋଗ ଦେଇଥିଲେ । ଶେଷରେ କିଶୋର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା
