ରାଉରକେଲା,୨୩/୧୧/୨୦୨୫ (ଓଡ଼ିଶା ସମାଚାର)- ଶନିବାର ବିଳମ୍ବିତ ରାତିରେ ରାଉରକେଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ରାଉରକେଲା ପୁଲିସ୍ ୩ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଏନକାଉଣ୍ଟର କରିଛି । ରାଉରକେଲା ଲାଠିକଟା ଥାନା ଓ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ଓ ଲାମ୍ସୀ ନିକଟରେ ପୁଲିସ୍ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଗୁରୁତର ଆହତ ୩ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ କଡା ପୋଲିସ ସୁରକ୍ଷା ବଳୟରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚକ୍ମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଏହି ଏନକାଉଣ୍ଟର କରିଛି । ଆହତ ୩ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ହେଉଛନ୍ତି ଚନ୍ଦେ ନାୟକ, ପାରସ ରାମ, ରାଜେଶ ସିଂହ । ଏମାନେ ବିଗତ ଦିନରେ କୋଇଡା, ବାଙ୍କେ, ରେଙ୍ଗାଲବେଡା ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଡକାୟତି ଘଟଣାରେ ଜଡ଼ିତ ଥିବା ପୋଲିସ ର ସୂଚନା ।
ଏହି ଗ୍ୟାଙ୍ଗରେ ଥିବା ଅନ୍ୟ ୫ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୩ଟି ପିସ୍ତଲ ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହି ୮ ଜଣିଆ ଗ୍ୟାଙ୍ଗ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ ।
