” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀଉ ଙ୍କ ଜନ୍ମୋତ୍ସବ, ରକ୍ଷା ବନ୍ଧନ ଓ ଗୋ ପୂଜନ ପାଳିତ

ଭୁବନ ୨୮/୦୮/୨୦୨୬ (ଓଡ଼ିଶା ସମାଚାର)-ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀଉ ଙ୍କ ଜନ୍ମୋତ୍ସବ, ରକ୍ଷା ବନ୍ଧନ ଓ ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜୀଉ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବରିଷ୍ଠ କର୍ମକର୍ତ୍ତା ଓ ଯୁବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟରେ ବେହେରା ସାହି ସ୍ଥିତ ମନ୍ଦିରରୁ ପ୍ରଭୁ ବଳଦେବଜୀଉ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ, ଶିଙ୍ଗ ବାଜା,ଭାଙ୍ଗଡା ବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣରେ ବାଜି ଛକ,ବଡ ହାଟ, ଅରାସାହି,ନୂଆ ବଜାର, ଗୁଜୁରି ହାଟ ଦେଇ ସହର ପରିକ୍ରମା କରାଯାଇଥିଲା ।

ବିଭିନ୍ନ ଛକ ମାନଙ୍କରେ ମହିଳା ମାନେ ବନ୍ଦାପନା କରିଥିଲେ । କାପୁଡ଼ିଆ ସମାଜ ଭୁବନ, ସଭାପତି ରାମ ଚନ୍ଦ୍ର ରାଉତ,ରାଜ୍ୟ ସଭାପତି ନବ କିଶୋର ଗୁରୁ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ କର୍ମକର୍ତ୍ତା ମାନେ ଯାତ୍ରାର ନେତୃତ୍ୱ ନେଇଥିଲେ। ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *