ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜନ୍ମ ଦିବସ ପାଳିତ

ଜଗତସିଂହପୁର ୧୯/୮/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ  ବିଶିଷ୍ଟ  ସ୍ଵାଧୀନତା ସଂଗ୍ରାମୀ, ମହୀୟସୀ ମହିଳା ମା ସରଳା ଦେବୀଙ୍କ  ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରଳା ମଣ୍ଡପ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା.ପ୍ର.ସେ) ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି  ଜଣାଇଛନ୍ତି। ଶ୍ରୀମତୀ ସରଳା ଦେବୀ ଏକାଧାରରେ ଜଣେ ସ୍ଵାଧୀନତା ସଂଗ୍ରାମୀ, ସମାଜ ସେବୀ ନାରୀନେତ୍ରୀ ତଥା ଲେଖିକା ଥିଲେ। ପ୍ରଥମ ଓଡ଼ିଆ ମହିଳା ଭାବେ ସେ ମହାତ୍ମା ଗାନ୍ଧୀ ଙ୍କ ଅନୁପ୍ରେରଣା ରେ ଅସହଯୋଗ ଆନ୍ଦୋଳନ ରେ ଯୋଗଦେଇଥିଲେ। ଆଜି ତାଙ୍କ ପବିତ୍ର ଜନ୍ମ ଦିବସ ରେ ପୌର  ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋୟୀ,ନିର୍ବାହୀ ଅଧିକାରୀ, ପୌରପରିଷଦ, କଳ୍ପିତା କୁମାରୀ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ  କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ।

Leave a Reply

Your email address will not be published. Required fields are marked *