ଗଛ ପାଇଁ ରାକ୍ଷୀଟିଏ’ କାର୍ଯ୍ୟକ୍ରମ 

 ଭୁବନ, ୨୮/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ‘ୟୁଥ୍ ଆଣ୍ଡ ଇକୋ କ୍ଳବ୍’ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ଅବସରରେ ‘ଗଛ ପାଇଁ ରାକ୍ଷୀଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଭାରତୀ ଦେହୁରୀ,ଆସ ସ୍କୁଲ ଯିବା କମିଟିର ସଦସ୍ୟା ଉମାରାଣୀ ମହାନ୍ତ, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟ ପରିସରରେ ଥିବା ଫୁଲ ଓ ଫଳ ଗଛକୁ ବନ୍ଦାପନା କରିବା ସହ ରାକ୍ଷୀ ପିନ୍ଧାଇ ଥିଲେ ।

ବିଦ୍ୟାଳୟ ପରିସରକୁ ସବୁଜ, ସୁନ୍ଦର ରଖିବାକୁ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *