କଟକ ସଦର,୨୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ପକ୍ଷରୁ ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପରିଚାଳନାରେ ଆଜି ମଙ୍ଗଳବାର ଦିନ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ ଓ ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଦୁଇଦିନ ସ୍କୁଲ ଛୁଟି ରହୁଥିବାରୁ ଆଜି ସ୍କୁଲର ଛାତ୍ରୀ ମାନେ ଛାତ୍ରମାନଙ୍କ ହାତରେ ରାଖୀ ବାନ୍ଧି ଭାଇ ଭଉଣୀ ର ନିବିଡ଼ ସମ୍ପର୍କକୁ ମନେ ପକାଇ ଥିଲେ। ଏଥିସହିତ ହଳଧର ବଡ଼ ଠାକୁର ବଳଭଦ୍ର ଙ୍କ ଜନ୍ମ ଦିବସକୁ ସ୍ମରଣ କରି ଗୋରୁଗାଈ ମାନଙ୍କୁ ପୂଜା କରାଯାଇ ସେମାନଙ୍କୁ ଘାସ ଖୁଆ ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହାୟତା କରିଥିଲେ।
