ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସାମାଜିକ ସେବାକାର୍ଯ୍ୟ

କଟକ,୦୫/୧୨/୨୦୨୩ (ଓଡ଼ିଶା ସମାଚାର)- ଫେସବୁକ ଗ୍ରୁପ “ଆମ ପରିବାର” ତରଫରୁ ସାରଦା ଆଶ୍ରମ,ଉତ୍ତରା ଛକ,ଭୁବନେଶ୍ୱର ଠାରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଆଶ୍ରମର ଅନ୍ତେବାସୀ ଛୋଟ ଛୋଟ ପିଲା ମାନଙ୍କୁ ପ୍ରଥମେ କିଛି ଟିଫିନ ପ୍ୟାକେଟ ସହ ସେମାନଙ୍କର ଆବଶ୍ୟକତା ଅନୁଯାଇ ଟୋପି, ପେନ,ଖାତା ଓ ନିତ୍ୟ ଖାଦ୍ୟ ରାସନ ଜିନିଷ ତଥା ଡାଲି,ଚାଉଳ,ତେଲ ଅଟା,ଆଳୁ ଆଦି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ଆଡମିନ ପ୍ରଭାତ ମହାପାତ୍ର ସଭାପତିତ୍ୱ କରି ଆଶ୍ରମର ଗୁରୁଜୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ସୋସିଆଲ ଗ୍ରୁପ “ଆମ ପରିବାର” ବିଷୟରେ ସଂକ୍ଷିପ୍ତରେ କିଛି କହିଥିଲେ ।  ଆଶ୍ରମ ରେ ଥିବା ବାବା ସ୍ୱାମୀ ପ୍ରାଣରୂପାନନ୍ଦଜୀ ଓ ସ୍ୱାମୀ ସତସ୍ୱରୂପନନ୍ଦଜୀ ତାଙ୍କ ଆଶ୍ରି ବଚନରେ ଚାଳିଶ ବର୍ଷରୁ ଉର୍ଦ୍ଧ ଆଶ୍ରମର କିମ୍ବଦନ୍ତୀ ବିଷୟରେ  କିଛି କହିଥିଲେ ।ଏଥିରେ “ଆମ ପରିବାର” କର୍ମକର୍ତ୍ତା ପିଲା ମାନେ ବହୁତ ଆନନ୍ଦିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ “ଆମ ପରିବାର” ଆଡମିନ ଟିମଙ୍କ ସହ ଅନେକ ସଦସ୍ୟ ଓ ସଦସ୍ୟା ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ଚାହିଦା ଓ ମାନବ ସେବା ପ୍ରକୃତରେ ମାଧବ ସେବା ବୋଲି ସେମାନଙ୍କ ବକ୍ତ୍ୟବରେ ପିଲାମାନଙ୍କୁ କହିଥିଲେ । ଆଶ୍ରମର ପିଲାମାନେ ବଡହେଲେ କିଏ ଡାକ୍ତର, ଶିକ୍ଷକ, ଯବାନ ଓ କିଏ ଗୁରୁକୁଳ ଆଶ୍ରମରେ ରହି ଲୋକଙ୍କ ସେବା କରିବେ ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ଆଡମିନ ରୋଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସମୂହ ପ୍ରସାଦ ସେବନର ଆୟୋଜନ ହୋଇଥିଲା ।

Leave a Reply

Your email address will not be published. Required fields are marked *