ଗୋରେଖନାଥ ପିଠକୁ ସଙ୍କିର୍ତନ ପଦଯାତ୍ରା

ଗରଦପୁର, ୨୧/୦୮/୨୦୨୬(ଓଡ଼ିଶା ସମାଚାର)- ପ୍ରତିତବର୍ଷ ଭଳି ଚଳିତ ବର୍ଷ ଗୁରୁବାର ଦିନ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବିନ୍ଧା ନୂଆଗାଁ ରୁ ଗୋରେଖନାଥ ପିଠକୁ ସଙ୍କିତର୍୍ନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୧୮ ବର୍ଷ ହେଲା ପ୍ରତି ବର୍ଷ ଗୋରେଖନାଥ ପିଠକୁ ସଙ୍କିତର୍୍ନ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବିନ୍ଧା ନୂଆଗାଁ ଗ୍ରାମବାସୀ ଗ୍ରାମରେ ଥିବା ପଂଚେଶ୍ୱର ମହାଦେବଙ୍କ ପୀଠ ନିକଟରୁ ଭୋଗରାଗ ଧରି ସଂକୀର୍ତନ ସହିତ ପାଦରେ ଚାଲି ଚାଲି ପଡ଼ୋସୀ ଜଗତସିଂହପୁର ଜିଲା ର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଭାବେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଗୋରଖନାଥଙ୍କ ପୀଠରେ ପହଂଚି ମଧ୍ୟାହ୍ନ ପର୍ଯ୍ୟନ୍ତ ପୀଠରେ ହରିନାମ ସଂକୀର୍ତନ ପରିବେଷଣ କରିଥାନ୍ତି । ପୂର୍ବରୁ ସକାଳୁ ସେଠାକୁ ଗ୍ରାମର ଆୟୋଜକ ଯୋଗାଡ଼ିଆ ମାନେ ଜିନିଷପତ୍ର ଧରି ପିଠରେ ପହଂଚିଥାନ୍ତି । ସେଠାରେ ରୋଷେଇ ବାସ କରାଯାଇଥାଏ ।

ମଧ୍ୟାହ୍ନରେ ପ୍ରଭୁଙ୍କ ପାଖରେ ପ୍ରସାଦ ଲାଗି ହେବା ପରେ ପ୍ରସାଦ ପରିବେଷଣ କରାଯାଇଥାଏ । କେବଳ ବିନ୍ଧା ନୂଆଗାଁ ର ନୁହେଁ ପଡ଼ୋସୀ ଅରାବଳ, ଶଙ୍କରଭୋଳ, ଆଳିଜଙ୍ଗା, ନରଡ଼ା ବସନ୍ତପୁର,ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବାବେଳେ ଛୋଟ ଛୋଟ ପିଲାମାନେ ସଂକୀର୍ତନ ର ଆଗରେ ପତାକା ଧରି ଆନନ୍ଦରେ ନାଚି ନାଚି ଯାଉଥିବା ଦେଖାଯାଏ । ମଧ୍ୟାହ୍ନ ରେ ଅନ୍ନ ନୀତି ହେବା ପରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥାଏ । ପିଠରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ପ୍ରସାଦ ବିତରଣ କରାଯାଇଥାଏ ।

ଚଳିତ ବର୍ଷ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ସାହୁ, ବିଶିଷ୍ଟ ବ୍ୟବସାୟୀ ଗୟାଧର ପୃଷ୍ଟି, ପ୍ରକାଶ ବେହେରା, ବାପି ସେଠୀ, ମିଥୁନ୍ ବାରିକ, କାଳନ୍ଦି ସାହୁ, ଏକାଦଶି ନାୟକ, ବାବୁଲା ସାହୁ, ନିଷୁ ସାହୁ, ସୁନାକର ସାହୁ ଓ ସୁବା ବେହେରା ପ୍ରମୁୂଖଙ୍କ ନେତୃତ୍ୱ ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦୁଇ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାକୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *