ଡକ୍ୟୁମେଣ୍ଟ ୨ ବର୍ଷ ନବୀକରଣ ନକଲେ ଆରସି ବାତିଲ୍

                       କଟକଣାରେ ଛନ୍ଦି ହେଲେଣି ମାଲିକ,ଗାଡ଼ି ଗଡାଇଵା କଷ୍ଟ

କଟକ ସଦର,୨୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରିବହନ ବିଭାଗ ପକ୍ଷରୁ ଗୋଟିକ ପରେ ଗୋଟିଏ କଟକଣା ଗାଡି ମାଲିକଙ୍କ ଉପରେ ଲଦି ଦିଆଯାଉ ଥିବାରୁ କଟକଣାରେ ଛନ୍ଦି ହୋଇ ସେମାନଙ୍କ ପକ୍ଷେ ରାସ୍ତାରେ ଗାଡ଼ି ଗଡାଇଵା କଷ୍ଟସାଧ୍ୟ ହୋଇପଡିଛି। କେତେବେଳେ ଏଚଏସଆରପି(ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍) ନାଁରେ ଜୁଲୁମ ତ’ ଆଉ କେତେବେଳେ ପିୟୁସିସି(ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ) ନାଁରେ ଯନ୍ତ୍ରଣା।

କେତେବେଳେ ରାଜ୍ୟ ପରିବହନ ବିଭାଗ ଗୋଟେ ନିୟମ ଲାଗୁ କରୁଛି ତ ଆଉ କେତେବେଳେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ନୂଆ କଟକଣା ଲାଗୁ କରୁଛି। ଏବେ କେନ୍ଦ୍ର ମନ୍ତ୍ରଣାଳୟ ଏକ ନୂଆ କଟକଣା ଲାଗୁ କରିଛି। ନିୟମ ଅନୁସାରେ ଯଦି କୌଣସି ଗାଡ଼ିର କୌଣସି ଗୋଟିଏ ବି ଡକ୍ୟୁମେଣ୍ଟ ଦୁଇବର୍ଷ ଧରି ନବୀକରଣ ହୋଇନଥିବ ତେବେ ଉକ୍ତ ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ (ଆରସି) ଆପଣା ଛାଏଁ ବାତିଲ ହୋଇଯିବ। ଯାହା ଫଳରେ ଉକ୍ତ ଗାଡିଗୁଡିକ ରାସ୍ତାରେ ଗଡି ପାରିବ ନାହିଁ।

ଅର୍ଥାତ୍ ସେହିସବୁ ଗାଡି କବାଡିକୁ ବିକ୍ରି ହେବା ଛଡ଼ା ଆଉ ଅନ୍ୟ ଉପାୟ ନାହିଁ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଉପଯୁକ୍ତ ସେବା ନଦେଇ କେବଳ ଗାଡ଼ି କମ୍ପାନୀ ମାନଙ୍କୁ ପୋଷିବା ପାଇଁ ଗାଡ଼ି ଉପରେ ନାନା କଟକଣା ଲାଗୁ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *