ରାଉରକେଲା,୨୫/୦୮/୨୦୨୬ (ଓଡ଼ିଶା ସମାଚାର)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନାଅନ୍ତର୍ଗତ ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ସମ୍ପର୍କରେ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ବିସ୍ତୃତ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ, ଡିଭିଏଫ୍ ଏବଂ ବିଡିଡିଏସ୍ର ମିଳିତ ଦଳ ଦ୍ୱାରା ଏକ ଅନୁସନ୍ଧାନ ଏବଂ ଅଂଚଳ ଆଧିପତ୍ୟ ଅଭିଯାନ ଆରମ୍ଭ କରାଯାଇଥିଲା ।
ଏହି ଅପରେସନ୍ ସମୟରେ, ମିଳିତ ଦଳ, ଜଙ୍ଗଲ ଅଂଚଳର ଏକ ପୁଙ୍ଖାନୁପୁଙ୍ଖ ସନ୍ଧାନ କରିଥିଲା । ଏହି ସନ୍ଧାନ ସମୟରେ ଅସ୍ତ୍ରଶସ୍ତ୍ର ସମେତ ଗୁଳିଗୋଳା, ବିସ୍ଫୋରକ, ମାଓ ପୁସ୍ତିକା ଏବଂ ମାଓ ଶିବିର-ସମ୍ବନ୍ଧୀୟ ଲେଖା ଥିବା ଏକ ଗୁପ୍ତ ଡ଼ମ୍ପକୁ ଚିହ୍ନଟ ସହ ଉଦ୍ଧାର କରାଯାଇଥିଲା । ଏହି ମାଓ ସାମଗ୍ରୀ ଗୁଡିକୁ ଉପଯୁକ୍ତ ପ୍ରକ୍ରିୟା ଅନୁସାରେ ଉଦ୍ଧାର କରାଯିବା ସହିତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ଏବଂ କବଜାକୁ ନିଆଯାଇଥିଲା । ମାଓ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ସମ୍ବଳର ପ୍ରବେଶରୁ ବଂଚିତ କରିବା ପାଇଁ ଚାଲିଥିବା ପ୍ରୟାସରେ ଗୁପ୍ତ ଡ଼ମ୍ପିଂ ଅସ୍ତ୍ରଶସ୍ତ୍ର ଉଦ୍ଧାର ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ଓଡ଼ିଶା ରାଜ୍ୟକୁ ଗତ ୨୦୨୬ ମାର୍ଚ୍ଚ ୩୧ରେ ନକ୍ସଲମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା ।
ଏହି ପଦକ୍ଷେପ ପୁନରୁଦ୍ଧାର ଅସ୍ତ୍ରଶସ୍ତ୍ର ପ୍ରଭାବିତ ଅଂଚଳରେ ଶାନ୍ତି, ସୁରକ୍ଷା ଏବଂ ସ୍ଥାୟୀ ସ୍ଥିରତା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀର ନିରନ୍ତର ପ୍ରୟାସକୁ ଆହୁରି ପ୍ରତିଫଳିତ କରିବ । ପୁନରୁଦ୍ଧାର ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଗୋଟିଏ ସିଏମ୍ ୯ଏମ୍ଏମ୍ ୧ଇ୧ (କାର୍ବାଇନ) ଯାହାର ପଞ୍ଜିକୃତ ନମ୍ବର ଡ୨ଏ ୧୮୯-୧୬୧୮୯୫୮, ବର୍ଷ- ୧୯୯୭ । ଗୋଟିଏ ଆଇଇଡି କଂଟେନର, ୧୫ଟି ଡେଟୋନେଟର, ଦୁଇଟି ମାଓ ପତ୍ରିକା ବା ପୁସ୍ତିକା, ଗୋଟିଏ ସିଲିଂ, ଗୋଟିଏ ମୋଟୋରୋଲା ୱାକି ଟକି, ୨୦ଟି ୯ଗଗ ବଲ୍ ଗୋଳାବାରୁଦ, ଗୋଟିଏ କାଇୱିଟ୍ସ କଗ୧୦୦ ଡିଜିଟାଲ୍ ମଲ୍ଟି ମିଟର, ଗୋଟିଏ ଚାର୍ଜର ବ୍ୟାଟେରୀ, ଗୋଟିଏ ୱାକି ଟକି ଫ୍ରିକ୍ୱେନ୍ସି, ଦୁଇଟି ୱାକି ଟକି ପାଉଚ୍ ଏବଂ ଅନ୍ୟାନ୍ୟ ପାଉଚ୍ ।
