କିଶନନଗର ଠାରେ ବିଧାୟକ ପ୍ରକାଶ ସେଠୀ ଙ୍କ ଜନ ଅଭିଯୋଗ ଶୁଣାଣୀ 

କଟକ ସଦର,୦୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଡାକ ବଙ୍ଗଳା ଠାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସଂଖ୍ୟାଧିକ ଅଭିଯୋଗକାରୀ ସେମାନଙ୍କ ପକ୍କା ଘର ଓ ରେସନ କାର୍ଡ ସମ୍ପର୍କରେ ଅଭିଯୋଗ କରିଥିବା ବେଳେ ସେଗୁଡ଼ିକର ସରଜମିନ ତଦନ୍ତ କରି ସେମାନଙ୍କର ତ୍ୱରିତ ସମାଧାନ କରିବାକୁ ବିଧାୟକ ବ୍ଲକ୍ ପ୍ରଶାସନକୁ ସୁପାରିଶ କରିଥିବା ଜଣାପଡିଛି।

ଏହାପରେ ବିଧାୟକ ଏକ ଦଳୀୟ ସାଂଗଠନିକ ବୈଠକରେ ଯୋଗଦେଇ ଆଗାମୀ ଦିନରେ ଦଳକୁ ସୁସଂଗଠିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ,ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ, ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତି, କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସମେତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, କ୍ଷିତେନ୍ଦ୍ର ମିତ୍ର, ଵିଜୟ ରାଉତରାୟ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *