ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ପକ୍ଷରୁ ପ୍ରଫେସର ଉମା ଚରଣ ମହାନ୍ତିଙ୍କୁ “ବିଶିଷ୍ଟ ପ୍ରାକ୍ତନ ବିଦ୍ୟାର୍ଥୀ ସମ୍ମାନ-୨୦୨୬” ପ୍ରଦାନ।

​ଜଗତସିଂହପୁର,୨୩/୦୮/୨୦୨୬ (ଓଡ଼ିଶା ସମାଚାର)-ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଦେଶର ଜଣେ ସୁନାମଧନ୍ୟ ବିଜ୍ଞାନୀ ତଥା ପାଣିପାଗ ବିଜ୍ଞାନୀ ପ୍ରଫେସର ଉମା ଚରଣ ମହାନ୍ତିଙ୍କୁ ସମ୍ମାନଜନକ “ବିଶିଷ୍ଟ ପ୍ରାକ୍ତନ ବିଦ୍ୟାର୍ଥୀ ସମ୍ମାନ-୨୦୨୬” ରେ ଭୂଷିତ କରାଯାଇଛି।ପ୍ରଫେସର ମହାନ୍ତି ଏହି ସମ୍ମାନ ଓଡିଶା ର ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପତି ଙ୍କ ଠାରୁ ଗ୍ରହଣ କରିଥିଲେ।

​ପ୍ରଫେସର ମହାନ୍ତି ୧୯୭୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରି ଦେଶ ଓ ବିଦେଶରେ ନିଜ ଗବେଷଣା ମାଧ୍ୟମରେ ବିଶେଷ ସୁନାମ ଅର୍ଜନ କରିଛନ୍ତି।

​ପ୍ରଫେସର ମହାନ୍ତିଙ୍କ ପ୍ରମୁଖ ଅବଦାନ ମଧ୍ୟରେ ପାଣିପାଗ ଓ ଜଳବାୟୁ ଗବେଷଣା: ଭାରତ ମହାସାଗରରେ ଜଳବାୟୁ ପରିବର୍ତ୍ତନ, ମୌସୁମୀ ପ୍ରବାହ, ଆଞ୍ଚଳିକ ପାଣିପାଗ ଏବଂ ଅତିଭୀଷଣ ସାମୁଦ୍ରିକ ଝଡ଼ (ବାତ୍ୟା) ବିଷୟରେ ତାଙ୍କର ବୈଜ୍ଞାନିକ ଗବେଷଣା ସମାଜ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଛି।

​ଓଡ଼ିଶା ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ପ୍ରାକୃତିକ ବିପତ୍ତିର ପୂର୍ବାନୁମାନ କରି କ୍ଷୟକ୍ଷତି କମାଇବାରେ ତାଙ୍କର ବୈଜ୍ଞାନିକ ଜ୍ଞାନକୌଶଳ ଓଡ଼ିଶା ତଥା ସାରା ବିଶ୍ୱକୁ ଦିଗଦର୍ଶନ ଦେଇଛି।

​ ଆଇ.ଆଇ.ଟି. ଦିଲ୍ଲୀ, ଆଇ.ଆଇ.ଟି. ଭୁବନେଶ୍ୱର, ସୋଆ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଅନୁଷ୍ଠାନରେ ଶିକ୍ଷାଦାନ ଓ ଗବେଷଣାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

​ଅନ୍ୟାନ୍ୟ ସମ୍ମାନ ମଧ୍ୟରେ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ପଦ ଅଲଙ୍କୃତ କରିବା ସହ ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର, ବିଜୁ ପଟ୍ଟନାୟକ ପୁରସ୍କାର ଏବଂ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପରି ଅନେକ ମାନ୍ୟଗଣ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

​ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରଫେସର ମହାନ୍ତିଙ୍କ ସୁସ୍ଥ, ଦୀର୍ଘ ଜୀବନ ଓ ନିରାମୟ ଭବିଷ୍ୟତ କାମନା କରିଛନ୍ତି।ପ୍ରଫେସର ମହାନ୍ତି ଜଗତସିଂହପୁର ଜିଲ୍ଲାର ଖୋରତ  ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରହଲ୍ଲାଦ ମହାନ୍ତି ଙ୍କର ସୁପୁତ୍ର ଓ ଜିଲ୍ଲା ର ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ରାହାସବିହାରୀ ମହାନ୍ତି ଙ୍କ ର ପୁତୁରା ଅଟନ୍ତି।

Leave a Reply

Your email address will not be published. Required fields are marked *