ଭୁବନେଶ୍ୱର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ବିଧାନସଭା ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କଲା ବିଜେଡି। ବଡଚଣାରେ ସରପ୍ରାଇଜ୍ ଦେଲେ ମୁଖ୍ୟମନ୍ତ୍ରୀ। ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି ।
ବଡଚଣା – ବର୍ଷା ପ୍ରିୟଦର୍ଶିନୀ, ଚିଲିକା- ରଘୁନାଥ ସାହୁ , ଆନନ୍ଦପୁର- ଅଭିମନ୍ୟୁ ସେଠୀ , ସାରସକଣା – ଦେବାଶିଷ ମାରାଣ୍ଡି କରଞ୍ଜିଆ – ବାସନ୍ତୀ ହେମ୍ବ୍ରମ , କେନ୍ଦ୍ରାପଡା- ଗଣେଶ୍ୱର ବେହେରା ,ଚମ୍ପୁଆ- ସନାତନ ମହାକୁଡ , ରେମୁଣା – ବିଦ୍ୟାସ୍ମିତା ମହାଳିକ , ସିମୁଳିଆ- ସୁଭାଷିନୀ ସାହୁ । ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସୂଚନା ପ୍ରଦାନ କରିଛନ୍ତି ।