ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

କଟକ ସଦର , ୧୧/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ ନିମନ୍ତେ କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା କଲ୍ୟାଣ ମଣ୍ଡପ ଠାରେ ଆଜି ସୋମବାର ଅପରାହ୍ନରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକଙ୍କ  ପୈ।ରୋହିତ୍ୟରେ ଆୟୋଜିତ ଶିବିରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଓ‌ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗ ଦେଇ ବିଭିନ୍ନ ବର୍ଗର ୪୩୬ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରିତିଵନ୍ଧନ ଘଡେ଼ଇ, ସହକାରୀ ଶ୍ରମ ଅଧିକାରୀ ରଶ୍ମୀରଂଜନ ବରାଳ, ତୃପ୍ତିମୟୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ସୋନାଲି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ,କମଲ ଵାଵୁ ସହାୟତା କରିଥିବା ବେଳେ କଟକ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଵିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ଯୁବ ଵିଜେଡି ସଭାପତି ହିମାଂଶୁ ଦାସ, ତ୍ରିଲୋଚନ ସ୍ବାଇଁ, କୃଷ୍ଣ ଚନ୍ଦ୍ର ବେହେରା, ପ୍ରାଣକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *