କିଶନନଗର ଠାରେ ବିଧାୟକ ପ୍ରକାଶ ସେଠୀଙ୍କ ଜନ ଅଭିଯୋଗ ଶୁଣାଣୀ,୧୦୦ ଅଭିଯୋଗ ପଞ୍ଜିକୃତ 

କଟକ ସଦର ,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ଡାକବଙ୍ଗଳା ଠାରେ ଆଜି ରବିବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଏକ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ ଜଣଙ୍କର ବିଭିନ୍ନ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

ସେଗୁଡିକର ତ୍ୱରିତ ସମାଧାନ କରିବାକୁ ବିଧାୟକ ଅଭିଯୋଗକାରୀ ଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସବୁ ସମୟରେ ବ୍ଲକ ଓ ତହସିଲରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସହିତ ଵିଡିଓ ଙ୍କର ପ୍ରତି ପଞ୍ଚାୟତରେ ଏଵଂ ବିଧାୟକ ଙ୍କର ପ୍ରତି ଜୋନରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବାବେଳେ ସମସ୍ୟା କମୁନଥିଵାରୁ ଉଦବେଗ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *