- ନିଟ୍ -୨୦୨୬ ପୁନଃ ପରୀକ୍ଷା ଶୃଙ୍ଖଳିତ ଭାବେ ଆୟୋଜନ ନେଇ ନିର୍ଦ୍ଦେଶ
- କ୍ଷତିପୂରଣ ବନୀକରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ଅଗ୍ରାଧିକାର
- ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
- ପାକ୍ସ, ଲାମ୍ପ୍ସଗୁଡ଼ିକପାଇଁଅଫିସଗୃହଓଗୋଦାମନିର୍ମାଣକାର୍ଯ୍ୟକୁ ଗୁରୁତ୍ୱ
ଭୁବନେଶ୍ୱର,୧୬/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ମାନଙ୍କ ସହିତ ଏକ ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇଥିଲେ। ବିଭିନ୍ନଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିବାବେଳେ ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଜିଲ୍ଲାପାଳମାନେ ଲୋକସେବା ଭବନସ୍ଥିତ ସମ୍ମିଳନୀକକ୍ଷରେ ଉପସ୍ଥିତଥିଲେ।
ବୈଠକରେ ଆଗାମୀ ଜୁନ୍ ୨୧ ରେ ନିଟ୍ -୨୦୨୬ ପୁନଃପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପରୀକ୍ଷା ପରିଚାଳନା ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏ ସମ୍ପର୍କରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିସ୍ତୃତ ଆଲୋଚନା କରିଥିଲେ । ପରୀକ୍ଷାର୍ଥୀମାନଙ୍କୁପରୀକ୍ଷା କେନ୍ଦ୍ର ନିକଟସ୍ଥ ରେଳ ଷ୍ଟେସନ ବା ବସ୍ ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରକୁ ଯିବା ଏବଂ ଫେରିବା ନିମନ୍ତେ ନିଃଶୁଳ୍କ ବସ୍ ସେବା ଯୋଗାଇ ଦେବାକୁ ପରିବହନ ବିଭାଗକୁକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଟ୍ ପରୀକ୍ଷା ଏବଂ ଆନ୍ତର୍ଜାତିକ ଯୋଗ ଦିବସ ଏକା ଦିନରେ ଥିବାରୁଉଭୟ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସମନ୍ୱିତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, କ୍ଷତିପୂରଣ ମୂଳକ ବନୀକରଣ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ଓ ସଂରକ୍ଷଣକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବା ସଂପର୍କରେ ଆଲୋକପାତ କରିଥିଲେ ।କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଓ ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାରୁ ଉଭୟ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାକୁ ଦୃଷ୍ଟିରେ ରଖି ଏବଂ ସବୁଜ ଆବରଣ ବୃଦ୍ଧି କରିବା ଲକ୍ଷ୍ୟରେ ଏହିକାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି।ଏହି ଉଦ୍ଦେଶ୍ୟରେ କ୍ଷତିପୂରଣ ମୂଳକ ବନୀକରଣ ପାଇଁ ସ୍ୱତନ୍ତ୍ର ଭୂ-ବ୍ୟାଙ୍କ ସୃଷ୍ଟିକୁ ଅଗ୍ରାଧିକାର ଦିଆଯାଇଛି। ଉପଯୁକ୍ତ ଜମି ଚିହ୍ନଟ ଓ ତଥ୍ୟ ଅଦ୍ୟତନ ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବାକୁ ବୈଠକରେ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ସମୀକ୍ଷାରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ଓ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ତ୍ରୁଟି ଗୁଡ଼ିକର ଶୀଘ୍ର ସଂଶୋଧନ, ନିୟମିତ ଫାୟାର ସେଫ୍ଟିଅଡିଟ୍, ମକ୍ଡ୍ରିଲ୍, ଅଗ୍ନି ସୁରକ୍ଷାପ୍ରମାଣପତ୍ର ର ନବୀକରଣ ଉପରେ କାର୍ଯ୍ୟାନୁଷ୍ଠାନ ବିବରଣୀ ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ବିଭିନ୍ନ ସରକାରୀ ହସ୍ପିଟାଲରେ ଔଷଧ ସହ ଓ ରୋଗ ନିରୂପଣ ସେବାର ଉପଲବ୍ଧତା, ଟିକାକରଣ କାର୍ଯ୍ୟକ୍ରମର ଅଗ୍ରଗତି, ଟିବି ନିରାକରଣ ଅଭିଯାନ, ଜୁନ୍ ୧୬ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ‘ଷ୍ଟପ୍ଡାଇରିଆ’ଅଭିଯାନର ସଫଳ ରୂପାୟନ, ହସ୍ପିଟାଲ ଜମିର ଭୂ-ଅଧିକାର ସ୍ୱତ୍ୱ (ରେକର୍ଡଅଫ୍ରାଇଟ୍ସ) ସୁନିଶ୍ଚିତ କରିବା ଏବଂ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାସ୍ତରରେ ନିୟମିତ ତଦାରଖ ଓ ସମନ୍ୱୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସମବାୟ ବିଭାଗ ସଂପର୍କିତ ସମୀକ୍ଷାରେ ପାକ୍ସ, ଲାମ୍ପ୍ସ ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ, ଜମି ଆବଣ୍ଟନ ଏବଂ ଗୋଦାମ ନିର୍ମାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପାକ୍ସ, ଲାମ୍ପ୍ସ ଗୁଡ଼ିକ ପାଇଁ ଅଫିସ ଗୃହ ଓ ଗୋଦାମ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ଏଥିପାଇଁ ଜମି ଆବଣ୍ଟନ ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଶସ୍ୟ ସଂରକ୍ଷଣ ପାଇଁ ସ୍ଥାନଅଭାବ କୁ ଦୂର କରିବାପାଇଁ “ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ଅନ୍ତର୍ଗତ ବୃହତ୍କ୍ଷମତା ସମ୍ପନ୍ନଗୋଦାମ ନିର୍ମାଣ ନିମନ୍ତେ ଉପଯୁକ୍ତ ଜମି ଚିହ୍ନଟ ଉପରେ ଜିଲ୍ଲାପାଳମାନଙ୍କ ଦ୍ୱାରା ଜମି ଚିହ୍ନଟ ସଂପର୍କିତ ଆଲୋଚନା କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହ ପାକ୍ସ, ଲାମ୍ପ୍ସ ଗୁଡ଼ିକୁ ଆଗାମୀ ଦିନରେ କୃଷିଉପଯୋଗୀ ବହୁମୁଖୀ ସେବାକେନ୍ଦ୍ର ଭାବେ ବ୍ୟବହାର କରାଯିବା ନେଇ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କଅଧିକାରୀ ଙ୍କ ସୌଜନ୍ୟ ରୁ
