ଢେଙ୍କାନାଳ, ୧୧/୦୫/୨୦୨୫(ଓଡ଼ିଶା ସମାଚାର)- ଆଜି ସକାଳେ କୁଞ୍ଜକାନ୍ଥ ବାସଭବନରେ ଶିକ୍ଷାବିତ୍ ଜୟନ୍ତ ବର୍ମା ଙ୍କ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ବରିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ଯୁବ ସମାଜ ସେବୀ ଶିଳ୍ପପତି ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସ୍ବର୍ଗତ ବର୍ମା ଜଣେ ମେଳାପି ମିଷ୍ଟଭାଷୀ ସମାଜ ସେବୀ ବ୍ୟକ୍ତି ଥିଲେ ।
ଅନେକ ଅନୁଷ୍ଠାନ ର ମୁଖ୍ୟ ଦାୟିତ୍ଵ ନେଇ ଅନୁଷ୍ଠାନ ଗୁଡ଼ିକୁ ଆଗକୁ ନେବାରେ ତାଙ୍କର ଅବଦାନ ଅତୁଳନୀୟ । ସ୍ବର୍ଗତ ବର୍ମା ଖଜୁରୀୟ।କଟା କଲେଜ ର ଅଧ୍ୟାପକ ଓ ଇ ଟେକ୍ କଲେଜ ର ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରି ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଭାଜନ ହେଇପାରିଥିଲେ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବରେ ତାଙ୍କର ଅନେକ ସୁନାମ ରହିଥିଲା । ଏଭଳି ଜଣେ ବ୍ୟକ୍ତି ଙ୍କ ବିୟୋଗ ରେ ସାରା ଢେଙ୍କାନାଳ ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଲା ।
ତାଙ୍କ ବିୟୋଗରେ ଆମେ ଦୁଃଖିତ ଓ ମର୍ମାହତ ଅମର ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହି ଦୁଃଖ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି କହିଛନ୍ତି ।
ସ୍ଵଗର୍ତ ବର୍ମା ବିଶିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ଙ୍କ ପ୍ରିୟ ସାଥୀ ଥିଲେ । ଜଣେ ପ୍ରିୟ ସାଥୀଙ୍କୁ ହରାଇ ଶ୍ରୀ ସାମଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।