ଗୁଳିମାଡ଼ କରି ବାଇକ୍ ଲୁଟିନେଲେ

ନୟାଗଡ,୨୦/୦୮/୨୦୨୬ (ଓଡ଼ିଶା ସମାଚାର)-ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ଗୁଳି କାଣ୍ଡ । ଜଣେ ଯୁବକ ପୋଖରୀରେ ଗାଧୋଉ ଥିବା ବେଳେ ଗୁଳି ମାଡ଼ କରି ତାଙ୍କ ବାଇକ୍ କୁ ଲୁଟିନେଇଛନ୍ତି ଦୁର୍ବୃତ । ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ ୨ରାଉଣ୍ଡ ଗୁଳି ଚାଳନା କରିଛନ୍ତି ।

ଆଜି ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସମ୍ପୃକ୍ତ ଯୁବକ ପୋଖରୀରେ ଗାଧୋଉ ଥିବା ବେଳେ ଗୁଳିମାଡ଼ କରି ତାଙ୍କୁ ଭୟଭୀତ କରି ତାଙ୍କ ବାଇକ୍ କୁ ଲୁଟିନେଇ ଫେରାର ହୋଇଯାଇଥିଲେ । ଗୁଳିମାଡ଼ରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *