ସମାଜସେବୀ ଅଇଁଠୁ ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୯/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସ୍ନେହୀ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ଭଂଜ କଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଭାରତୀୟ ରେଳବାଇ ପରିଚାଳନା ସେବା ସିନିଅର ଟ୍ରାଫିକ୍ ମୁଖ୍ୟ କୃପା ସାଗର ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସେନା ବୃତିର ଅତିରିକ୍ତ କମିଶନର ସହଦେବ ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ  ଅବସରପ୍ରାପ୍ତ ଅଧ୍ୟାପିକା ଡ଼କ୍ଟର ଜୟନ୍ତୀ ସାହୁ ଯୋଗ ଦେଇଥିଲେ ।

ଏହି ଅବସରରେ ବରିଷ୍ଠ ନାଗରିକ ସମାଜସେବୀ ଅଇଁଠୁ ସାହୁ ଙ୍କୁ ତାଙ୍କର ସମାଜ ସେବା କ୍ଷେତ୍ରରେ ବିଷେଶ ଅବଦାନ ପାଇଁ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସ୍ନେହୀ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ନୟାଗଡ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମିତ ଅଇଁଠୁ ସାହୁ ଚାକିରୀ ରୁ ଅବସର ଗ୍ରହଣ ପରେ ଭୁବନେଶ୍ୱର  ର  ବିଭିନ୍ନ ସାମାଜୀକ ,  ଆଧ୍ୟାତ୍ମିକ ଓ ସ୍ୱେଛାସେବୀ ସଂଗଠନ ସହିତ ନିଜକୁ ସାମିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *