ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ
ଧର୍ମଗଡ଼, ୦୮/୦୬/୨୦୨୫ (ଓଡ଼ିଶା ସମାଚାର)- ଧର୍ମଗଡ଼ ଉପଜିଲ୍ଲାପାଳ ଶ୍ରୀ ଧୀମାନ ଚକମା, ଆଇଏଏସ୍ (୨୦୨୧ ବ୍ୟାଚ୍), ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକ ଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବିର କିସ୍ତି ଭାବରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଧରାପଡ଼ିଛନ୍ତି ।
କ୍ରସର ମାଲିକ ଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ , ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଧମକ ଦେଉଥିଲେ। କ୍ରସର ମାଲିକ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ ।
ସବ କଲେକ୍ଟର ଶ୍ରୀ ଧୀମାନ ଚକମା ସମ୍ପୃକ୍ତ କ୍ରସର ମାଲିକ ଙ୍କୁ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ୨୦ ଲକ୍ଷ ଟଙ୍କା ଦାବିର କିସ୍ତି ଭାବରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ରାଶି ଗ୍ରହଣ କରିଥିଲେ । ଏହି ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ପହଂଚି ତାଙ୍କୁ କାବୁ କରିଥିଲେ । ତା ପରେ ରାସାୟନିକ ଯାଂଚ କରାଯାଇଥିଲା । ପରେ ପରେ ତାଙ୍କ ସରକାରୀ ବାସଭବନରେ ତଲାସି କରାଯାଇ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା।
ଏ ସମ୍ପର୍କରେ, ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୬/୨୦୨୫ ରେ ୭ ପି.ସି. ଆଇନ, ୧୯୮୮ ଅନୁଯାୟୀ ପି.ସି. (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ସଂଶୋଧିତ ପଞ୍ଜିକୃତ କରାଯାଇଛି। ତଦନ୍ତ ଜାରି ରହିଛି।