ଭୁବନେଶ୍ୱର,୨୦/୦୮/୨୦୨୬ (ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଗାଡ଼ିକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଛି। ଆଜି ଗୁରୁବାର କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଦେବୀ ପ୍ରସାଦ ମିଶ୍ରଙ୍କ ଗାଡ଼ି ପଛକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଛି।
ସୌଭାଗ୍ୟ ବଶତ ଏକ ବଡ଼ ଦୁର୍ଘଟଣାରୁ ଦେବୀ ପ୍ରସାଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରର ପଛପଟ ଭାଙ୍ଗିରୁଜି ଯାଇଥିବା ବେଳେ ଦେବୀ ମିଶ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଳିସ ପହଞ୍ଚି ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।
