କଟକ ସଦର, ୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ତଥା ବିଜେଡ଼ି ର ସମ୍ପତ୍ତି କୁହାଯାଉଥିବା ଅମର ସାହୁ ଏଵେ ବିଜେପି ମୁହାଁ ହୋଇ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡିଛି। ଅମର ସାହୁ ବିଜେଡ଼ି ର କୈ।ଣସି ପଦ ପଦବୀରେ ନଥାଇ ମଧ୍ୟ ଦଳ ପାଇଁ ସମ୍ପତ୍ତି ଭାବେ ପ୍ରତ୍ୟେକ ସଭାସମିତିରେ କାର୍ଯ୍ୟ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।
ଏପରି କି ତାଙ୍କ ସମୟରେ ବିଜେପି କର୍ମୀ ମାନେ ଅକଥନୀୟ ନିର୍ଯାତନା ର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା । ପୋଲିସ ରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏଵେ ନିର୍ବାଚନ ର ବର୍ଷକ ପରେ ଅମର ବିଜେପି ମୁହାଁ କାହିଁକି ହେଲେ ତାକୁ ନେଇ ସାଧାରଣରେ ନାନା କଥା ଶୁଣାଯାଉଛି। ଏହା ଜଣାପଡିବା ପରେ ବିଜେପି ମହଲରେ ଅସନ୍ତୋଷ ଦେଖାଦେଇଛି।
