ଶିକ୍ଷା ପୁରସ୍କାର ପାଇଥିବା ବରୀ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ଯାଜପୁର,୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶିକ୍ଷା ପୁରସ୍କାର ପାଇଥିବା ବରୀ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କୁ ବରୀ ନିର୍ବାଚନ ମଣ୍ଡଳୀ ର ଯୁବ ସମାଜସେବୀ ଅଶୋକ କୁମାର ବେହେରା ସେମାନଙ୍କୁ ସେମାନଙ୍କ ବିଦ୍ୟାଳୟ ରେ ସାକ୍ଷାତ କରି ପ୍ରଶଂସା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧତ କରିଛନ୍ତି । ଶିକ୍ଷକ ମାନେ ହେଉଛନ୍ତି ମଣିଷ ତିଆରି କରିବା କାରଖାନା ଏଣୁ ସେମାନଙ୍କ ଅବଦାନ ସମାଜ ପ୍ରତି ବେଶ ଉଚ୍ଚ କୋଟୀର , ସମାଜକୁ ନୂତନ ଦିଗ ଦର୍ଶନ ଦେବା ସହ ପିଲାଙ୍କ ଭବିଷ୍ୟତ ଗଠନ କରାଇବାରେ ପ୍ରମୁଖ ଭୂମିକା ଥିବା ଶ୍ରୀ ବେହେରା କହିଛନ୍ତି । ଆମ ବରୀ ଅଞ୍ଚଳ ପାଇଁ ଏମାନେ ହେଉଛନ୍ତି ଗର୍ବ ଓ ଗୌରବ । ସୂଚନା ଅନୁଯାୟୀ ଶ୍ରୀ ବେହେରା ନିର୍ମଳ କୁମାର ଜେନା ,ଦୁଶାସନ ବେହେରା ,ବିଧାନଚନ୍ଦ୍ର ଏକାଡେମୀ, ବାଲିଆପାଳ ର ଶିକ୍ଷୟତ୍ରୀ ଦିପ୍ତିମୟୀ ଲେଙ୍କା ,ଶ୍ରୀମତୀ ସସ୍ମିତା ସାହୁ , ଅରଙ୍ଗାବାଦ ଉଚ୍ଚ ବିଦ୍ୟାଳୟ ର ତ୍ରିଲୋଚନ ପଣ୍ଡା , ଶ୍ରୀମତୀ ମଧୁସ୍ମିତା ମହାନ୍ତି କୃପାସିନ୍ଧୁ ବିଦ୍ୟା ଭବନ, ବରୀ ର ଶ୍ରୀମତୀ ଶୁଭଶ୍ରୀ ନାୟକ , ଜୟଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, ଅନ୍ୟାସୀପୁର ଶ୍ରୀମତୀ ଭାଗ୍ୟଶ୍ରୀ ବରାଳ ,ଶ୍ରୀମତୀ ରୂପାଲୀ ଚକ୍ରବର୍ତ୍ତୀ ,ନବ ଭାରତୀ ବିଦ୍ୟାଭବନ ର ମନସ୍ମିତା ମହାନ୍ତି , ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ର ଶ୍ରୀଯୁକ୍ତ ହରେଶ କୁମାର ଦାସ ,ନୁରୁପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିଶିର କୁମାର ରାୟ ଙ୍କୁ ଶ୍ରୀ ବେହେରା ସମ୍ମାନ କରିଛନ୍ତି। ଏହି ସମୟର ଶ୍ରୀ ବେହେରାଙ୍କ ସହ ଆଶିଷ ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *