ଯାଜପୁର / ସୁକିନ୍ଦା ୧୫/୦୮/୨୦୨୬ (ଓଡ଼ିଶା ସମାଚାର)- ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନଏସଆଇ)ସୁକିନ୍ଦା , ଯାଜପୁର ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରତିଷ୍ଠାନର ନିର୍ଦେଶକ ଇଂଜିନିୟର ଶ୍ରୀ ଜ୍ୟୋତିପ୍ରକାଶ ମଲିକ ଜାତୀୟ ପତାକା ଉତୋଳନ କରିଥିଲେ । ଜାତୀୟ ସଙ୍ଗୀତ ପରିବେଷଣ ପରେ ନିର୍ଦେଶକ ଶ୍ରୀ ମଲିକ ପ୍ରଥମେ ସେ ତାଙ୍କ ଅଭିଭାଷଣରେ ବୀର, ଶହିଦ , ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସାହସ, ତ୍ୟାଗ ଓ ବଳିଦାନ ପାଇଁ ତାଙ୍କର ସ୍ମୃତି ଚାରଣ କରିବା ସହିତ ଶତକୋଟି ନମନ କରିଥିଲେ । ମହାତ୍ମା ଗାନ୍ଧି, ନେତାଜୀ ସୁବାସ ଚନ୍ଦ୍ର ବୋଷ , ଝାନସୀ ରାଣୀ ଲକ୍ଷ୍ମୀବାଇ, ବାଜି ରାଉତ, ବୀର ସୁରେନ୍ଦ୍ର ସାଏ ଓ ଶହିଦ ଲକ୍ଷ୍ମଣ ନାୟକ ଆଦି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦେଶ ପ୍ରେମ , ସଂଘର୍ଷ, ଆନ୍ଦୋଳନ ଓ ବଳିଦାନ ପାଇଁ ଆମେ ସ୍ୱାଧୀନତା ହାସଲ କରିଛେ ବୋଲି ମତ ବ୍ୟକ୍ତ କରିଥିଲେ ।
ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନଆଗାମି ଦିନରେ କିପରି ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ ହେବ ,ସେ ସମସ୍ତ କର୍ମଚାରୀ ମାନଙ୍କର ଆନ୍ତରିକ ସାହାଯ୍ୟ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ବରିଷ୍ଠ ସହାୟକ ପ୍ରାଧ୍ୟାପକ ଶ୍ରୀ ସତ୍ୟପ୍ରିୟ ଶତପଥି ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଅନୁଷ୍ଠାନର ଛାତ୍ର ମାନେ ଜେଏସଏଲ, ଟାଟା ଷ୍ଟିଲରେ ତାଙ୍କର ଭାଗିଦାରିତା କିପରି ଇସ୍ପାତ ଶିଳ୍ପ ସମୃଦ୍ଧିରେ ସହାୟକ ହେବ ମତ ରଖିଥିଲେ । କର୍ମଚାରୀମାନଙ୍କ ଦାୟିତ୍ୱବୋଧତା , କର୍ତବ୍ୟନିଷ୍ଠା ଓ ସହଭାଗିତା ଅନୁଷ୍ଠାନର ଗଠନ ରେ ସାହାଯ୍ୟ ସହଯୋଗ ଆଶା ପୋଷଣ କରିଥିଲେ ।
ପରେ ପରେ ଅନୁଷ୍ଠାନର ଟ୍ରେନର ଶ୍ରୀ ମନୋଜ କୁମାର ଷଢ଼ଙ୍ଗୀ ଆଲୋଚନାରେ ଭାଗନେଇ କହିଥିଲେ ଯେ ଅନୁଷ୍ଠାନର ନିର୍ଦେଶକଙ୍କ ବଳିଷ୍ଠ ନେତୃତ୍ୱ , ଦିଗଦର୍ଶନ,ପରାମର୍ଶ , ପ୍ରୋତ୍ସାହନ ଓ ଆମର ଶିକ୍ଷାଦାନ ଛାତ୍ର ମାନଙ୍କର ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ । ପରିଶେଷରେ ଉତ୍ସବକୁ ପରିଚାଳନା କରୁଥିବା ଉପ ବିଭାଗ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ଖିଲାର ଆଲୋଚନାରେ ଭାଗନେଇ କହିଥିଲେ ଯେ ଏକ ସଶକ୍ତ ,ବିକଶିତ ଓ ସମୃଦ୍ଧ ଭାରତ ଗଢ଼ିବାରେ ଜାତୀୟ ଇଷ୍ପାତ ପ୍ରତିଷ୍ଠାନ ର ଅବଦାନ କିପରି ଅତୁଟ ଓ ଅକ୍ଷୁର୍ଣ୍ଣ ରହିବ ସେ ସମସ୍ତ କର୍ମଚାରୀ ମାନଙ୍କର ଆନ୍ତରିକ ସାହାଯ୍ୟ ସହଯୋଗ କାମନା କରିଥିଲେ ।
