ବସନ୍ତପୁରରେ ୮୦ ତମ ସ୍ବାଧିନତା ଦିବସ ପାଳିତ

ଗରଦପୁର,୧୫/୦୮/୨୦୨୬ (ଓଡ଼ିଶା ସମାଚାର)-  ଆଜି ଦେଶର କୋଣ ଅନୁକୋଣରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହେଉଥିବା ବେଳେ ପୁରପଲ୍ଲୀ ଉତ୍ସବମୁଖରିତ । ଏହି ପବିତ୍ର ଦିବସ ଅବସରରେ ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମଧ୍ୟ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ଵାଧିନତା ଦିବସ। ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ସ୍ଵାଧିନତା ସଂଗ୍ରାମୀଙ୍କ ଅବଦାନ ,ତ୍ୟାଗ ଓ ବଳିଦାନ ବିଷୟରେ ଆଲୋଚନା କରାଯାଇଥିଲା । ଆଜିର ପବିତ୍ର ଦିବସରେ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ମହାନ୍ତି ଓ ରାଧାକୃଷ୍ଣ ମହାନ୍ତି ଙ୍କ ସ୍ମୃତି ଉଦେଶ୍ୟ ରେ ଟ୍ରଷ୍ଟ ପରିସରରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ସେହିପରି ଜିଲ୍ଲାସ୍ତରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ପଦ୍ମପୁର ଭାତପଡ଼ା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ଅନିଶା ମହାରାଜଙ୍କୁ ମଧ୍ୟ ଟ୍ରଷ୍ଟ ତରଫରୁ ଉପଢୌକନ ଦିଆଯାଇ ପୁରସ୍କୃତ କରାଯାଇଥିଲା ।

ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡକ୍ଟର ରୁଦ୍ର ମହାନ୍ତି , ସଂପାଦକ ସୁନିଲ ମହାନ୍ତି , ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ମହାପାତ୍ର , ଯଦୁନାଥ ଦାଶ, ଚଣ୍ଡି ପ୍ରସାଦ ମହାନ୍ତି, ରଂଜିତ ମହାନ୍ତି,ନଳିନି କାନ୍ତ ମହାନ୍ତି, ଧିରେନ ମହାରାଜ, ପ୍ରଭାସ ମହାନ୍ତି ଓ କମଳ ମହାନ୍ତି ପ୍ରମୁଖ ସାମିଲ ହୋଇ କରି କାର୍ୟ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *