ଜଗତସିଂହପୁର ୦୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଜ଼ିଲ୍ଲା ର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜ଼ିଲ୍ଲା ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବା ସହ ଗୃହରକ୍ଷୀ ମାନଙ୍କ ଭୂମିକା ଉପରେ ଅଭିମତ ରଖି ଥିଲେ ଓ ଶୁଭେଚ୍ଛା ଜଣାଇ ଥିଲେ ।ଏହି ଅବସରରେ ରାଷ୍ଟ୍ରପତି ,ପ୍ରଧାନ ମନ୍ତ୍ରୀ ,ଗୃହମନ୍ତ୍ରୀ ,ଓ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ ।ଏଥିରେ ଦୁଇ ପ୍ଲାଟୁନ ହୋମଗାର୍ଡ ଯୋଗଦେଇ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ ଓ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗଦେଇ ଥିଲେ ।