କଟକ ସଦର,୨୮/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଂଚ, ବରିଷ୍ଠ ସମାଜସେବୀ, ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଓ ବ୍ୟକ୍ତିଗତ ଭାବେ ଜଣାଶୁଣା ଟୁନା ରାଉତ ଙ୍କର ଆଜି ଗୁରୁବାର ଅପରାହ୍ନରେ ୮୪ ବର୍ଷ ବୟସରେ ନିଜ କନ୍ଦରପୁର ବାସଭବନରେ ପରଲୋକ ଘଟିଛି।
ସିଏ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିବା ଜଣାପଡିଛି।
