କଟକ ସଦର ବିଜେପି ସୁଦାମଵତୀ ମଣ୍ଡଳରେ ହର ଘର ତ୍ରିରଙ୍ଗା ମଟରସାଇକେଲ ଶୋଭାଯାତ୍ରା

କଟକ ସଦର,୧୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୁଦାମଵତୀ ବିଜେପି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀଙ୍କ ନେତୃତ୍ଵରେ ଆଜି ଗୁରୁବାର ପୂର୍ବାହ୍ନରେ ବିଶାଳ ହର ଘର ତ୍ରିରଙ୍ଗା ମଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଦେଶପ୍ରେମ ଜାଗ୍ରତ ର ବାର୍ତ୍ତା ଦେଇ ନିଜେ ମଟରସାଇକେଲ ଚଳାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ପଞ୍ଚାୟତରୁ ଆରମ୍ଭ ହୋଇ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ଦେଇ ସିର୍ଲୋ ପଞ୍ଚାୟତର ଗୋମତୀ ଆଶ୍ରମ ଠାରେ ସରିଥିଲା ।

ଦିପକ କୁମାର ମହାନ୍ତି, ବିଦ୍ୟାଧର ବେହେରା,ରାଜନ ମହାନ୍ତି ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ । ଏଥିରେ ବଳରାମ ସେଠୀ,ଅଭୟ ରାଉତ, କରୁଣାକର ବେହେରା, ରମାକାନ୍ତ ମଲ୍ଲ,ମିଲନ ଭୁୟାଁ, ଜିତେନ୍ଦ୍ର ପଣ୍ଡା,ଦୁଲାଲ ବେହେରା,ଧିରେନ୍ ମହାପାତ୍ର, ସଂଜୟ ସେଠୀ, ରଞ୍ଜନ ସେଠୀ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ଗୋମତୀ ଆଶ୍ରମରେ ଆୟୋଜିତ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସ ଜୀଙ୍କ ୬୫୦ ତମ ଜୟନ୍ତୀ ମହୋତ୍ସବରେ ବିଧାୟକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *